ଅନ୍ଧବିଶ୍ୱାସର ନଗ୍ନ ଚିତ୍ର: ରାସ୍ତା ମଝିରେ ନାବାଳିକାକୁ ଗୁଣିଆର ମାଡ଼

Ordigital Desk
  • Published: Thursday, 02 November 2017
  • , Updated: 02 November 2017, 06:37 PM IST
<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚି ଗଲାଣି। ବିଜ୍ଞାନ ବଳରେ ଅସାଧ୍ୟ କାମକୁ ସାଧ୍ୟ କରି ପାରୁଛି। ହେଲେ ଗୁଣିଗାରେଡ଼ିର ଅନ୍ଧ ଗଳିରୁ ବାହାରି ପାରୁନାହିଁ। କେବଳ ଆମ ଦେଶ କି ରାଜ୍ୟ କଥା ନୁହେଁ, ଏହା ହେଉଛି ପ୍ରତିଟି ଦେଶର କଥା। ଆଜି ବି ଭୂତପ୍ରେତ, ଡାହାଣୀ, ଗୁଣିଗାରେଡ଼ି ଉପରେ ଲୋକେ ବିଶ୍ୱାସ କରୁଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମ ରାଜ୍ୟର ବାଲେଶ୍ୱର ଜିଲ୍ଲାରେ। ନୀଳଗିରି ଅଞ୍ଚଳରେ ଜଣେ କଥାକଥିତ ଗୁଣିଆ ବିଚ୍&zwnj; ରାସ୍ତାରେ ଜଣେ ନାବାଳିକାଙ୍କୁ ମାଡ଼ ମାରୁଥିବା ବେଳେ ପୂରା ଗାଁ ସେଠାରେ ରୁଣ୍ଡ ହୋଇ ଦେଖଣାହାରୀ ସାଜିଛନ୍ତି।</p> <p>ଘଟଣାଟି ନୀଳଗିରି ଥାନା ଜୟପୁର ଗ୍ରାମର। ନାବାଳିକାର ଦେହ ୨ ବର୍ଷ ହେବ ଅସୁସ୍ଥ ରହୁଛି। ପରିବାର ଲୋକେ ବିଭିନ୍ନ ଡାକ୍ତରଖାନାକୁ ନେଇ ଚିକିତ୍ସା ପରି ନିରାଶ ହେବା ପରେ ଗୁଣିଆର ଆଶ୍ରୟ ନେଇଛନ୍ତି। ଭୂତ ଲାଗିଥିବା କହି ଗୁଣିଆ ନାବାଳିକା ଜଣଙ୍କୁ ଘରୁ ଟାଣି ଟାଣି ରାସ୍ତା ମଝିକୁ ଆଣିବା ପରେ ଅମାନୁଷିକ ଭାବରେ ବେତରେ ବାଡଉଛି। ପରିବାର ଲୋକ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଚାଲିଛି ଏସବୁ କାମ। ହେଲେ କେହି ଏଥିରେ ବାଧା ଦେଉନାହାଁନ୍ତି।</p>

Related story