କେନ୍ଦୁଝର ( ପ୍ରଣୟ ପାଣି) :ପୁଣି ଲଜ୍ଜା। କେନ୍ଦୁଝର ଯୋଡ଼ା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଗୁରୁତର ନାବାଳିକାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଯୋଡ଼ା ଥାନା ପୁଲିସ୍ ଅଟକ ରଖିଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ସଂଧ୍ୟାରେ ନାବାଳିକା ଜଣକ ତାଙ୍କ ସଂପର୍କୀୟଙ୍କ ସହ ମାମୁଘରକୁ ଯାଉଥିଲେ। ଅଧା ବାଟରେ ୫ ଜଣ ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ତାଙ୍କ ସହ ଜଘନ୍ୟକାଣ୍ଡ ଭିଆଇ ମୁର୍ମୂଷୁ ଅବସ୍ଥାରେ ତାଙ୍କୁ ଛାଡ଼ି ପଲାଇଥିଲେ।
ଘଟଣା ବିଷୟରେ ସମ୍ପର୍କୀୟଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ପରିବାରଲୋକେ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପରିବାରଲୋକେ ମେଡିକାଲ୍ରେ ଭର୍ତ୍ତି କରିଛନ୍ତି।