ଦୁଷ୍କର୍ମ ଉଦ୍ୟମ, ଛାତରୁ ଡେଇଁ ପଡ଼ିଲେ ନାବାଳିକା

ଯାଜପୁର (ଓଡ଼ିଶା ରିପୋର୍ଟର): ୫ ଜଣ ଯୁବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ସେମାନଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁ ପଡ଼ିଲେ ଜଣେ ନାବାଳିକା। ତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା। ମିଳିଥିବା ସୂଚନା ଅନୁଯାୟୀ, ରବିବାର ଆନନ୍ଦପୁର ଅଞ୍ଚଳର ଜଣେ ନାବାଳିକା ନିଜ ସାନଭାଇ ସହ କାଳିଆପାଣି ଯାଉଥିଲେ। ସେମାନେ କାଳିଆପାଣିରେ ଥିବା ତାଙ୍କ ଭଉଣୀ ଘରକୁ ଯାଉଥିବା ବେଳେ ଅପରାହ୍ଣରେ ଡୁବୁରୀ […]

Minor girl rape

Minor girl rape

Jitendra Garnayak
  • Published: Monday, 18 July 2022
  • Updated: 18 July 2022, 07:54 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ୫ ଜଣ ଯୁବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ସେମାନଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁ ପଡ଼ିଲେ ଜଣେ ନାବାଳିକା। ତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ଆନନ୍ଦପୁର ଅଞ୍ଚଳର ଜଣେ ନାବାଳିକା ନିଜ ସାନଭାଇ ସହ କାଳିଆପାଣି ଯାଉଥିଲେ। ସେମାନେ କାଳିଆପାଣିରେ ଥିବା ତାଙ୍କ ଭଉଣୀ ଘରକୁ ଯାଉଥିବା ବେଳେ ଅପରାହ୍ଣରେ ଡୁବୁରୀ ଛକରେ ଓହ୍ଲାଇ ଥିଲେ। ଗାଡ଼ି ନପାଇବାରୁ ଡୁବୁରୀରୁ ସେମାନେ ଚାଲି ଚାଲି କାଳିଆପାଣି ଯାଉଥିବା ବେଳେ ଝୁମ୍ପାଣ ନିକଟରେ ସନ୍ଧ୍ୟା ହୋଇଯାଇଥିଲା। ତେଣୁ ସେମାନେ ସେଠାରେ ରାସ୍ତାକଡ଼ରେ ଥିବା ଏକ ଶିବ ମନ୍ଦିରରେ ଆଶ୍ରୟ ନେଇଥିଲେ। ତେବେ ସେ ସ୍ଥାନ ନିରାପଦ ନୁହେଁ ବୋଲି କହି କିଛି ସ୍ଥାନୀୟ ପିଲା ସେମାନଙ୍କୁ ନିକଟସ୍ଥ ସ୍କୁଲ୍‌ରେ ଆଶ୍ରୟ ନେବାକୁ କହିଥିଲେ। ସେମାନଙ୍କ କଥା ମାନି ଭାଇ ଭଉଣୀ ଉକ୍ତ ସ୍କୁଲକୁ ଚାଲି ଯାଇଥିଲେ।

ରାତି ପ୍ରାୟ ଗୋଟାଏ ବେଳେ ସେଠାରେ ୫ ଜଣ ଯୁବକ ପହଞ୍ଚି ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ସେମାନେ ନାବାଳିକାଙ୍କ ସାନଭାଇକୁ ପିଟି ସେଠାରୁ ଘଉଡ଼ାଇ ଦେଇଥିଲେ। ତା’ପରେ ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ତେବେ ୫ ଯୁବକଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ତଳକୁ ଡେଇଁ ପଡ଼ିଥିଲେ ନାବାଳିକା ଜଣଙ୍କ।

ଅନ୍ୟପକ୍ଷରେ ଯୁବକମାନଙ୍କ ଠାରୁ ମାଡ଼ ଖାଇ ସେଠାରୁ ପଳାଇଥିବା ନାବାଳିକାଙ୍କ ସାନଭାଇ ଘଟଣା ସଂପର୍କରେ ଆଖପାଖ ଲୋକଙ୍କୁ ଜଣାଇଥିଲେ। ଲୋକେ ସେଠାରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ପୁଲିସ୍‌କୁ ଖବର ଦେଇଥିଲେ।

କଳିଙ୍ଗ ନଗର ପୁଲିସ୍ ଏହି ଘଟଣାରେ ସଂପୃକ୍ତ ୫ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ନାବାଳିକାଙ୍କ ଭାଇକୁ ପୁଲିସ୍ ନିଜ ହେପାଜତରେ ରଖିଛି। ଗୁରୁତର ନାବାଳିକାଙ୍କୁ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୁଲିସ୍ ଘଟଣା ସଂପର୍କରେ କିଛି ପ୍ରତିକ୍ରିୟା ଦେଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos