ବାହା ହେବ କହି ଉଠାଇ ନେଲା, ମାସେ ରଖି ଛାଡ଼ିଦେଲା

କଣ୍ଟାବାଞ୍ଜି (ସୁରଦାସ ବାଗ): ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କୁ ବାରମ୍ୱାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି ନିକଟସ୍ଥ କୁକୁଡ଼ାହାଡ଼ର ସୁନାରିପଡ଼ା ଗାଁର ପରମେଶ୍ୱର ସରାଫଙ୍କ ପୁଅ ମଞ୍ଜିତ, ବଲାଙ୍ଗିର ଥାନା ଅଞ୍ଚଳର ଏହି ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେଇଥିଲା ଓ ତାକୁ ଘରୁ ନେଇ […]

kk

kk

Rakesh Mallick
  • Published: Monday, 09 July 2018
  • Updated: 09 July 2018, 01:30 PM IST

Sports

Latest News

କଣ୍ଟାବାଞ୍ଜି (ସୁରଦାସ ବାଗ): ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କୁ ବାରମ୍ୱାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି ନିକଟସ୍ଥ କୁକୁଡ଼ାହାଡ଼ର ସୁନାରିପଡ଼ା ଗାଁର ପରମେଶ୍ୱର ସରାଫଙ୍କ ପୁଅ ମଞ୍ଜିତ, ବଲାଙ୍ଗିର ଥାନା ଅଞ୍ଚଳର ଏହି ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେଇଥିଲା ଓ ତାକୁ ଘରୁ ନେଇ ଯାଇଥିଲା। କଣ୍ଟାବାଞ୍ଜିର ନୂଆପଡ଼ାରେ ଏକ ଭଡ଼ା ଘରେ ସେ ନାବାଳିକାଙ୍କୁ ରଖିଥିଲା। ନାବାଳିକାଙ୍କ ଇଚ୍ଛା ବିରୁଦ୍ଧରେ ସେ ବାରମ୍ୱାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ସେ ଝିଅଟିକୁ ନିଜ ପାଖରେ ମାସେ ରଖିଥିଲା। ପରେ ସେ ତାକୁ କିଛି ନ କହି ଫେରାର ହୋଇଯାଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ପୀଡ଼ିତା କହିଛନ୍ତି- “ମୋ ସହ ତିନି ମାସ କଥାବାର୍ତ୍ତା ହେବା ପରେ ସେ ମତେ ବାହା ହେବା ପାଇଁ କହିଥିଲା। ବାହା ନହେଲେ ଉଠାଇ ନେଇ ଯିବ ବୋଲି ଧମକ ଦେଇଥିଲା। ତଥାପି ମୁଁ ରାଜି ନହେବାରୁ ଆମ ଘରେ ବୋମା ପକାଇ ଦେବ ବୋଲି କହିଲା। ମୋତେ ଜୋରଜବରଦସ୍ତି ଆଣି ନୂଆପଡ଼ାରେ ରଖିଲା। ସେଠାରେ ମାସେ ପର୍ଯ୍ୟନ୍ତ ମୋର ଫାଇଦା ଉଠାଇଥିଲା। ତା’ ବାପା ଆଉ ଗୋଟିଏ ଝିଅ ସହିତ ତା’ର ବିବାହ କରିଦେବ ବୋଲି କହିଲା। ତା’ପରେ ସେ ମତେ ଛାଡ଼ି ଫେରାର ହୋଇଗଲା।”

କଣ୍ଟାବାଞ୍ଜି ଏସ୍‌ଡିପିଓ  ପ୍ରଫୁଲ୍ଲ କୁମାର ମିଶ୍ର କହିଛନ୍ତି- “ଏହି ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି। ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos