Advertisment

ଖସିଲା ମିଶାଇଲ, ଥରିଲା ବାଲେଶ୍ୱର !

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଭୟରେ ବିତିଲା ରାତି ସାରା । ଗାଁରେ ମିଜାଇଲର କୋକୁଆ ଭୟ।  ବାଲେଶ୍ୱର ସଦର ବ୍ଲକ ବାଲିପାହି ଅଂଚଳ ଜନବସତିରେ ଖସିପଡ଼ିଲା ଚାନ୍ଦିପୁର ଡିଆରଡିଓର କିଛି ଯନ୍ତ୍ରାଂଶ।  ପ୍ରଚଣ୍ଡ ଶବ୍ଦ ସହ ନିଆଁ ପିଣ୍ଡୁଳା ପରି ଦେଖାଯାଉଥିବା କିଛି ଅଂଶ ଆକାଶରୁ ଖସିପଡିଥିଲା । ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ । ତେବେ କିଛି ସମୟ ପରେ ଗାଁ ଲୋକ ଜାଣିବାକୁ ପାଇଥିଲେ ଯେ, ଏହା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ପରୀକ୍ଷା କରାଯାଇଥିବା […]

author-image
Tapas Behera
ଅଦ୍ୟତନ ହୋଇଛି
ଖସିଲା ମିଶାଇଲ, ଥରିଲା ବାଲେଶ୍ୱର !

69io

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଭୟରେ ବିତିଲା ରାତି ସାରା । ଗାଁରେ ମିଜାଇଲର କୋକୁଆ ଭୟ।  ବାଲେଶ୍ୱର ସଦର ବ୍ଲକ ବାଲିପାହି ଅଂଚଳ ଜନବସତିରେ ଖସିପଡ଼ିଲା ଚାନ୍ଦିପୁର ଡିଆରଡିଓର କିଛି ଯନ୍ତ୍ରାଂଶ।  ପ୍ରଚଣ୍ଡ ଶବ୍ଦ ସହ ନିଆଁ ପିଣ୍ଡୁଳା ପରି ଦେଖାଯାଉଥିବା କିଛି ଅଂଶ ଆକାଶରୁ ଖସିପଡିଥିଲା । ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ ।

Advertisment

ତେବେ କିଛି ସମୟ ପରେ ଗାଁ ଲୋକ ଜାଣିବାକୁ ପାଇଥିଲେ ଯେ, ଏହା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ପରୀକ୍ଷା କରାଯାଇଥିବା କୌଣସି ମିଜାଇଲର ଅଂଶବିଶେଷ । ସ୍ଥାନୀୟ ସରପଂଚ, ଜିଲ୍ଲାପାଳଙ୍କୁ ଜଣାଇବା ପରେ ଗାଁରେ ମେଡିକାଲ ଟିମ୍, ଦମକଳ ବାହୀନୀ ଓ ଡିଆରଡିଓର ସୁରକ୍ଷାକର୍ମୀ ପହଁଚି ନିଆଁ ଲିଭାଇଥିଲେ । ଗାଁ ଲୋକଙ୍କ କହିବା ହେଉଛି, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ତିଆରି ହେବାର ୪୦ ବର୍ଷ ଭିତରେ ଏତେ ବଡ ଯନ୍ତ୍ରାଂଶ ଗାଁ ଆଖପାଖରେ କେବେ ଏତେବଡ ଦୁର୍ଘଟଣା ଘଟି ନଥିଲା।

ସେପଟେ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ, କେଉଁ ମିଜାଇଲ ପରୀକ୍ଷା କରିଥିଲା ଏବଂ ତାହା ଦୁର୍ଘଟଣାଗ୍ରସ୍ତ ହୋଇଛି କି ନାହିଁ ସେନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ  ।

Advertisment

ଆଗକୁ ପଢ଼ନ୍ତୁ: ଟିଏମସିରେ କମ୍ପନ, ୨୪ ଘଣ୍ଟାରେ ଦଳ ଛାଡ଼ିଲେଣି ୪ ଜଣ ନେତା

Odisha News Odia News