ଟିଏମସିରେ କମ୍ପନ, ୨୪ ଘଣ୍ଟାରେ ଦଳ ଛାଡ଼ିଲେଣି ୪ ଜଣ ନେତା

କୋଲକାତା: ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳକ କଂଗ୍ରେସକୁ ଝଟକା ପରେ ଝଟକା ଲାଗିବା ଆରମ୍ଭ ହୋଇଛି। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଜଣଙ୍କ ପରେ ଜଣେ ନେତା ଟିଏମସି ସହ ସମ୍ପର୍କଚ୍ଛିନ୍ନ କରିବାରେ ଲାଗିଛନ୍ତି। ଗତକାଲି ୨ ଜଣ ବରିଷ୍ଠ ନେତା ଦଳ ଛାଡ଼ିଥିବା ବେଳେ ଆଜି ଆଉ ଦୁଇ ଜଣ ନେତା ସମାନ ପଦକ୍ଷେପ ନେଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ବିଧାୟକ ମଧ୍ୟ ରହିଛନ୍ତି। ଆଜି ସକାଳେ ବିଧାୟକ ଶିଲଭଦ୍ରା ଦତ୍ତ ଟିଏମସରୁ ଇସ୍ତଫା […]

f

f

Hemant Lenka
  • Published: Friday, 18 December 2020
  • Updated: 18 December 2020, 03:23 PM IST

Sports

Latest News

କୋଲକାତା: ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳକ କଂଗ୍ରେସକୁ ଝଟକା ପରେ ଝଟକା ଲାଗିବା ଆରମ୍ଭ ହୋଇଛି। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଜଣଙ୍କ ପରେ ଜଣେ ନେତା ଟିଏମସି ସହ ସମ୍ପର୍କଚ୍ଛିନ୍ନ କରିବାରେ ଲାଗିଛନ୍ତି। ଗତକାଲି ୨ ଜଣ ବରିଷ୍ଠ ନେତା ଦଳ ଛାଡ଼ିଥିବା ବେଳେ ଆଜି ଆଉ ଦୁଇ ଜଣ ନେତା ସମାନ ପଦକ୍ଷେପ ନେଇଛନ୍ତି।

ଏମାନଙ୍କ ମଧ୍ୟରେ ଜଣେ ବିଧାୟକ ମଧ୍ୟ ରହିଛନ୍ତି। ଆଜି ସକାଳେ ବିଧାୟକ ଶିଲଭଦ୍ରା ଦତ୍ତ ଟିଏମସରୁ ଇସ୍ତଫା ଦେଇଥିଲେ। ଏହାର କିଛି ଘଣ୍ଟା ପରେ ଦଳର ସଂଖ୍ୟାଲଘୁ ସେଲ୍‌ର ନେତା କବିରଉଲ ଇସଲାମ ଦଳକୁ ବାଏବାଏ କହିଛନ୍ତି। ଗତକାଲି ଶୁଭେନ୍ଦୁ ଅଧିକାରୀ ଓ ଜିତେନ୍ଦ୍ର ତିୱାରୀ ଟିଏମସିରୁ ଇସ୍ତଫା ଦେଇଥିଲେ।

ଖାଲି ସେତିକି ନୁହେଁ, ଦୀପତାଂଶୁ ଚୌଧୁରୀ ମଧ୍ୟ ଦକ୍ଷିଣ ବେଙ୍ଗଲ ରାଜ୍ୟ ପରିବହନ କର୍ପୋରେସନ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି। ତୃଣମୂଳ ସ୍ତରରେ ମଧ୍ୟ ଅନେକ ନେତା ଟିଏମସିର ହାତ ଛାଡ଼ିବା ଆରମ୍ଭ କରିଛନ୍ତି। କୁହାଯାଉଛି, ଟିଏମସି ଛାଡ଼ିନେତା ନେତାମାନେ ବିଜେପିରେ ସାମିଲ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos