କାନ୍ଥ ଭାଙ୍ଗି ବ୍ୟାଙ୍କରୁ ଲୁଟ୍ ଉଦ୍ୟମ

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ୟୁକୋ ବ୍ୟାଙ୍କରେ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଥିଲା। କିଛି ଦୁର୍ବୃତ୍ତ ବ୍ୟାଙ୍କର କାନ୍ଥ ଭାଙ୍ଗି ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ସୂଚନା ପାଇ ଆଜି ସକାଳେ ଟାଉନ୍ ଥାନା ପୁଲିସ୍ ସେଠାରେ ପହଞ୍ଚି ତଦନ୍ତ କରିଥିଲା। ଘଟଣାସ୍ଥଳରୁ ହ୍ୟାଣ୍ଡ ଗ୍ଲୋବସ୍‌ ଓ ଶାବଳ ଆଦି ଜବତ କରାଯାଇଛି। ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଆସି […]

bank

Jitendra Garnayak
  • Published: Sunday, 24 March 2019
  • , Updated: 24 March 2019, 08:44 AM IST

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ୟୁକୋ ବ୍ୟାଙ୍କରେ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଥିଲା। କିଛି ଦୁର୍ବୃତ୍ତ ବ୍ୟାଙ୍କର କାନ୍ଥ ଭାଙ୍ଗି ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ଏ ସଂପର୍କରେ ସୂଚନା ପାଇ ଆଜି ସକାଳେ ଟାଉନ୍ ଥାନା ପୁଲିସ୍ ସେଠାରେ ପହଞ୍ଚି ତଦନ୍ତ କରିଥିଲା। ଘଟଣାସ୍ଥଳରୁ ହ୍ୟାଣ୍ଡ ଗ୍ଲୋବସ୍‌ ଓ ଶାବଳ ଆଦି ଜବତ କରାଯାଇଛି। ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଆସି ତଦନ୍ତ କରିଛି।

ଦୁର୍ବୃତ୍ତମାନେ ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Related story