ବଜେଟରେ 'ମିଶନ ଶକ୍ତି', ମହିଳା ବିକାଶକୁ ମିଳିଛି ଗୁରୁତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୪୫୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ମହିଳାଙ୍କ ବିକାଶ ସହ ମିଶନ ଶକ୍ତିକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି। ମହିଳା ସଶକ୍ତିକରଣ ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ଅଧୀନରେ ଥିବା ସେମାନଙ୍କ ସଂଘ ପାଇଁ ୩୦୧ […]

sa

Hemant Lenka
  • Published: Friday, 28 June 2019
  • , Updated: 28 June 2019, 08:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୪୫୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ମହିଳାଙ୍କ ବିକାଶ ସହ ମିଶନ ଶକ୍ତିକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି। ମହିଳା ସଶକ୍ତିକରଣ ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ଅଧୀନରେ ଥିବା ସେମାନଙ୍କ ସଂଘ ପାଇଁ ୩୦୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଏଥିସହ ‘ମିଶନ ଶକ୍ତି ଗୃହ’ ଯୋଜନାରେ ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ। ଏଥିପାଇଁ ଚଳିତ ବଜେଟରେ ଅତିରିକ୍ତ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମମତା ଯୋଜନାରେ ଚଳିତ ବର୍ଷ ପାଇଁ ୩୦୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

୬ ବର୍ଷରୁ କମ୍ ବୟସ୍କ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଯତ୍ନ ପାଇଁ ୨ ହଜାର ୯୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ସେହିପରି ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ପାଇଁ ୭୭ କୋଟି ଏବଂ କିଶୋରୀଙ୍କ ସଶକ୍ତିକରଣ ଯୋଜନା ପାଇଁ ୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର କାର୍ଯ୍ୟକାରିତା ପାଇଁ ୩୫୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

Related story