ବିଧାୟକ ଅମର ଶତପଥୀଙ୍କ ଡ୍ରାଇଭର ଓ ପିଏସ୍ଓଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଡ୍ରାଇଭର ଓ ପିଏସ୍ଓଙ୍କୁ କରୋନା ହୋଇଛି। ଏନେଇ ନିଜେ ବିଧାୟକ ସୂଚନା ଦେଇଛନ୍ତି। ବିଧାୟକ ଶ୍ରୀ ଶତପଥୀ କହିଛନ୍ତି ଯେ ତାଙ୍କ ଡ୍ରାଇଭର ଓ ପିଏସ୍ଓଙ୍କ ସମେତ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ତାଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିଛି। ଏହାସହ ତାଙ୍କ ପତ୍ନୀ ଓ ପୁଅର ମଧ୍ୟ ସ୍ୱାବ ରିପୋର୍ଟ ନେଗେଟିଭ ଆସିଛି। ରିପୋର୍ଟ ନେଗେଟିଭ ଆସିବା ସତ୍ତ୍ୱେ ସେମାନେ ହୋମ ଆଇସୋଲେସନରେ ରହିବେ […]

bjd

Tapaswini Nayak
  • Published: Wednesday, 29 July 2020
  • , Updated: 29 July 2020, 02:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଡ୍ରାଇଭର ଓ ପିଏସ୍ଓଙ୍କୁ କରୋନା ହୋଇଛି। ଏନେଇ ନିଜେ ବିଧାୟକ ସୂଚନା ଦେଇଛନ୍ତି।

ବିଧାୟକ ଶ୍ରୀ ଶତପଥୀ କହିଛନ୍ତି ଯେ ତାଙ୍କ ଡ୍ରାଇଭର ଓ ପିଏସ୍ଓଙ୍କ ସମେତ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ତାଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିଛି। ଏହାସହ ତାଙ୍କ ପତ୍ନୀ ଓ ପୁଅର ମଧ୍ୟ ସ୍ୱାବ ରିପୋର୍ଟ ନେଗେଟିଭ ଆସିଛି।

ରିପୋର୍ଟ ନେଗେଟିଭ ଆସିବା ସତ୍ତ୍ୱେ ସେମାନେ ହୋମ ଆଇସୋଲେସନରେ ରହିବେ ବୋଲି ବିଧାୟକ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ଚାରି ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ସୁସ୍ଥ ହୋଇ ଫେରିଛନ୍ତି।

Related story