‘କାଶୀ, ବିଶ୍ୱନାଥ ପାଇଁ ଗୋଟିଏ ମାପକଠି, ଲିଙ୍ଗରାଜଙ୍କ ପାଇଁ କାହିଁକି ଅଲଗା?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ନେଇ କେନ୍ଦ୍ରର ରୋକ୍ ପରେ ତେଜିଲା ରାଜନୀତି  । ଏ ପ୍ରସଙ୍ଗରେ କେନ୍ଦ୍ରର ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । କାଶୀ   ବିଶ୍ୱନାଥ, ସୋମନାଥ ଓ କେଦାରନାଥରେ ଆମସର ଆକ୍ଟ ପାଳନ ହେଉଛି ତ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ସେଠି ଗୋଟିଏ ମାପକାଠି ଏବଂ ଲିଙ୍ଗରାଜଙ୍କ ପାଇଁ ଆଉ ଏକ ମାପକାଠି କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ ପଣ୍ଡା  । ଲିଙ୍ଗରାଜ […]

ashok-panda

Niharika Rout
  • Published: Wednesday, 06 April 2022
  • , Updated: 06 April 2022, 01:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ନେଇ କେନ୍ଦ୍ରର ରୋକ୍ ପରେ ତେଜିଲା ରାଜନୀତି  । ଏ ପ୍ରସଙ୍ଗରେ କେନ୍ଦ୍ରର ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । କାଶୀ   ବିଶ୍ୱନାଥ, ସୋମନାଥ ଓ କେଦାରନାଥରେ ଆମସର ଆକ୍ଟ ପାଳନ ହେଉଛି ତ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ସେଠି ଗୋଟିଏ ମାପକାଠି ଏବଂ ଲିଙ୍ଗରାଜଙ୍କ ପାଇଁ ଆଉ ଏକ ମାପକାଠି କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ ପଣ୍ଡା  ।

ଲିଙ୍ଗରାଜ ଅଧ୍ୟାଦେଶ ନେଇ ଦୁଇଥର ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି । ଆଉଥରେ ପଚାରିଥିଲେ ଦିଆଯାଇଥାନ୍ତା  ।  ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିପାରିଥାନ୍ତେ କେନ୍ଦ୍ରୀୟ ନେତୃବୃନ୍ଦ ।  ହେଲେ ତାହା ନ କରି ଅଧ୍ୟାଦେଶ ଉପରେ ରୋକ ଲଗାଇବା ଓଡ଼ିଆଙ୍କ ଭାବାବେଗକୁ କୁଠାରଘାତ କରିଛି।

ଦେଶର ଆଇନ ସମସ୍ତଙ୍କ ପାଇଁ ସମାନ । ଦୟାକରି ଠାକୁର ଠାକୁରଙ୍କ କ୍ଷେତ୍ରରେ ଭେଦଭାବ କରନ୍ତୁ ନାହିଁ। ଓଡ଼ିଶାର ଠାକୁରଙ୍କ ପାଇଁ   ଗୋଟିଏ ମାପକାଠି । ଅନ୍ୟ ସ୍ଥାନର ଠାକୁରଙ୍କ ପାଇଁ ଆଉ ଗୋଟିଏ ମାପକାଠି । କାଶି ବିଶ୍ୱନାଥ, ସୋମନାଥ ଓ କେଦାରନାଥରେ ହୋଇଥିବା ଉନ୍ନତିମୂଳକ କାମ ଆମସର ଆକ୍ଟ ପାଳନ ହୋଇଛି ତ  । ଯଦି ସେଠାରେ ଉନ୍ନତିମୂଳକ କାମ ହୋଇପାରୁଛି ତା’ ହେଲେ ଜଗନ୍ନାଥଙ୍କ ପାଇଁ ଆଉ ଗୋଟିଏ ମାପକାଠି କାହିଁକି । ଦୟାକରି ଓଡ଼ିଶାର ଠାକୁରଙ୍କ କ୍ଷେତ୍ରରେ ବାଛ ବିଚାର କରନ୍ତୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।

ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ଗୋଟିଏ ସ୍ୱତନ୍ତ୍ର ଆଇନ ପରିସରକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ଏଭଳି ଏକ ଅଧ୍ୟାଦେଶ ଆଣିବା ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାଫଳରେ କେନ୍ଦ୍ର ପ୍ରଣୀତ ଆଇନ ଓ ରାଜ୍ୟ ସରକାରଙ୍କ ଆଇନ ମଧ୍ୟରେ ବିଭେଦ ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି  ।

ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ସ୍ୱତନ୍ତ୍ର ଆଇନ ଭିତରେ ରଖିବା ଲାଗି ଅଧ୍ୟାଦେଶ ଆଣିଥିଲେ ରାଜ୍ୟ ସରକାର । ଏହାଦ୍ୱାରା ପୁରୀ ଜଗନ୍ନାଥ ମନ୍ଦିର ଭଳି  ଲିଙ୍ଗରାଜ ମନ୍ଦିର ଓ ଆଖପାଖ ମନ୍ଦିରକୁ ଲିଙ୍ଗରାଜ ମନ୍ଦିର ପରିଚାଳନା ସମିତି ଅଧୀନକୁ ଆଣିଥାନ୍ତେ । ଏନେଇ ଓଡ଼ିଶା ବିଧାନସଭାରେ ଅଧ୍ୟାଦେଶ ପାରିତ ହେବା ପରେ କେନ୍ଦ୍ରକୁ ପଠାଯାଇଥିଲା । ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଅଧ୍ୟାଦେଶର ଅନେକ ଅନୁଚ୍ଛେଦ ଉପରେ ଆପତ୍ତି ଉଠାଇ ଏହା ଉପରେ ରୋକ ଲଗାଇବା ପରେ ତେଜିଛି ରାଜନୀତି ।

Related story