Advertisment

୩ ରଥୀଙ୍କ କବ୍‌ଜାରେ ପ୍ରଦୀପ, ଶାସକ-ବିରୋଧୀ ସ୍ୱର ଏକ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଗଞ୍ଜାମ ରାଜନୀତିରେ କ୍ଷମତାଶାଳୀ ବିଧାୟକ ପ୍ରଦୀପ ପାଣିଗ୍ରହୀଙ୍କ ଦବଦବା ଖସିଯିବା ପରେ ଜିଲ୍ଲା ରାଜନୀତି ସରଗରମ ହୋଇପଡ଼ିଛି। ଏଇ ମୌକାରେ ପ୍ରଦୀପଙ୍କୁ ପାନେ ଦେବାକୁ ଅଣ୍ଟା ଭିଡିଛନ୍ତି ନିଜେ ବିଜେଡି ଏବଂ କଂଗ୍ରେସ୍ ଓ ବିଜେପି।  ବିଜେଡି ଓ ବିଜେପି ପରେ ଆଜି କଂଗ୍ରେସ୍ ବିଧାୟକ ରମେଶ ଜେନା ସାମ୍ବାଦିକ ସମ୍ମିଳନୀଅ କରି  ପ୍ରଦୀପଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେପଟେ ପ୍ରଦୀପଙ୍କ ବହିଷ୍କାର ପରେ ଗଞ୍ଜାମ ବିଜେଡିରେ ଯେଉଁ ଖାଲିସ୍ଥାନ ସୃଷ୍ଟି ହୋଇଛି […]

ଅଦ୍ୟତନ ହୋଇଛି
୩ ରଥୀଙ୍କ କବ୍‌ଜାରେ ପ୍ରଦୀପ, ଶାସକ-ବିରୋଧୀ ସ୍ୱର ଏକ

pradeep-panigrahi-1

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଗଞ୍ଜାମ ରାଜନୀତିରେ କ୍ଷମତାଶାଳୀ ବିଧାୟକ ପ୍ରଦୀପ ପାଣିଗ୍ରହୀଙ୍କ ଦବଦବା ଖସିଯିବା ପରେ ଜିଲ୍ଲା ରାଜନୀତି ସରଗରମ ହୋଇପଡ଼ିଛି। ଏଇ ମୌକାରେ ପ୍ରଦୀପଙ୍କୁ ପାନେ ଦେବାକୁ ଅଣ୍ଟା ଭିଡିଛନ୍ତି ନିଜେ ବିଜେଡି ଏବଂ କଂଗ୍ରେସ୍ ଓ ବିଜେପି।  ବିଜେଡି ଓ ବିଜେପି ପରେ ଆଜି କଂଗ୍ରେସ୍ ବିଧାୟକ ରମେଶ ଜେନା ସାମ୍ବାଦିକ ସମ୍ମିଳନୀଅ କରି  ପ୍ରଦୀପଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେପଟେ ପ୍ରଦୀପଙ୍କ ବହିଷ୍କାର ପରେ ଗଞ୍ଜାମ ବିଜେଡିରେ ଯେଉଁ ଖାଲିସ୍ଥାନ ସୃଷ୍ଟି ହୋଇଛି ତାକୁ କିପରି ଭରାଯିବ ତାକୁ ନେଇ ଆରମ୍ଭ ହୋଇଛି ମନ୍ଥନ-ରୋମନ୍ଥନ। ଜିଲ୍ଲାରେ ବିଜେଡିର ଚେହେରା କିଏ ହେବ ଓ ଗଂଜାମ ରାଜନୈତିକ ଗଣିତକୁ ପ୍ରଦୀପ କେତେଦୂର ଓଲଟପାଲଟ କରିବେ ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ଆଗକୁ ପଢନ୍ତୁ : ଆଟର୍ଣ୍ଣି ଜେନେରାଲଙ୍କ ବଡ଼ ବୟାନ: ସୁସ୍ଥ ଗଣତନ୍ତ୍ର ପାଇଁ ସୋଶାଲ ମିଡିଆରେ ଅଙ୍କୁଶ ଠିକ ନୁହେଁ

ଗୋଟିଏ ପଟେ ପ୍ରଦୀପଙ୍କ ବିରୋଧରେ ଚାକିରି ଦେବା ନାଁରେ ଠକେଇ ଓ ଜାଲିଆତି ଅଭିଯୋଗ ନେଇ କ୍ରାଇମବ୍ରାଂଚ ତନାଘନା କରୁଛି ଅନ୍ୟପଟେ ବେଆଇନ ଅର୍ଥ କାରବାର ନେଇ ED ବି ଖୋଳତାଡ଼ କରୁଛି। ଏସବୁ ଭିତରେ ରାଜନୈତିକ ଚକ୍ରବ୍ୟୁହ ଭିତରେ ପ୍ରଦୀପ ଫସି ଯାଇଛନ୍ତି । ନିଜ ଦଳ ବିଜେଡି ସହ ଘନଘନ ଆକ୍ରମଣ କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍ । ବିଜେପି ପ୍ରଦୀପଙ୍କ ଉପରେ ବର୍ଷିବା ସହ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛି।  ଦଳୀୟ ନେତ୍ରୀ ଅନୀତା ଶୁଭଦର୍ଶିନୀ ଅଭିଯୋଗ କରିଥିଲେ ଯେ, ଭଂଜନଗର ବିଧାୟକ ତଥା ମନ୍ତ୍ରୀ ବିକ୍ରମ ଆରୁଖ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଧ୍ୟ ପ୍ରଦୀପଙ୍କ ଠକେଇରେ ସାମିଲ ଅଛନ୍ତି।

Advertisment

ସେପଟେ ବ୍ରହ୍ମପୁରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପଙ୍କ ଉପରେ ଖୁବ୍ ବର୍ଷିଛନ୍ତି କଂଗ୍ରେସର ସାନଖେମୁଣ୍ଡି ବିଧାୟକ ରମେଶ ଜେନା । କହିଛନ୍ତି ପ୍ରଦୀପଙ୍କ ଯୋଗୁଁ ହିଁ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥିଲା । ତାସହିତ ପ୍ରଦୀପଙ୍କ କଳା କାରନାମା ସହ ଯେଉଁ ରାଜନେତାମାନଙ୍କର ତାଙ୍କ ସହ ସଂପୃକ୍ତି ରହିଛି ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

ପ୍ରଦୀପ ପାଣିଗ୍ରାହୀ ୩ ଥର ବିଧାୟକ, ଥରେ ମନ୍ତ୍ରୀ ରହିବା ସହ ଜିଲ୍ଲା ସଭାପତି ଭାବେ ବି ସେ କାମ କରିଛନ୍ତି। ଏଥିସହ ଗତ ନିର୍ବାଚନରେ ଗଂଜାମ-ଗଜପତିର ୧୫ଟି ଆସନରୁ ୧୨ଟି ଜିତାଇବାରେ ସେ ପ୍ରମୁଖ ଭୂମିକା ନେଇଥିବା କୁହାଯାଉଛି । ତେଣୁ ପ୍ରଦୀପ ବିଦା ହେବାପରେ ବିଜେଡିର ଦୁର୍ଗ କୁହାଯାଉଥିବା ଗଂଜାମରେ  ରାଜନୈତିକ ଗଣିତ ଓଲଟପାଲଟ ହେବାର ଆଶଙ୍କା ରହିଛି । ଏହାସହ ବିଜେଡି ରାଜନୀତିର ଅନେକ ଗହନ କଥା ପ୍ରଦୀପ ଜାଣିଥିବାରୁ ଆଗକୁ ଅଧିକ ଗୁମର ଖୋଲି ଦଳ ପାଇଁ ଅଧିକ ଅଡୁଆ ସୃଷ୍ଟି କରିପାରନ୍ତି । ତେଣୁ ବିଜେଡି ଏବେ ଗଂଜାମ ପାଇଁ ନୂଆ ଷ୍ଟ୍ରାଟେଜି କରୁଛି।

ଗଂଜାମ ଜିଲ୍ଲାରୁ ମନ୍ତ୍ରୀ ଥିବା ବିକ୍ରମ ଆରୁଖ ଏବେ କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ରହିଛନ୍ତି । ବରିଷ୍ଠ ବିଧାୟିକା ଉଷା ଦେବୀ ନିଜ ନିର୍ବାଚନ ମଣ୍ଡଳୀରେ ସୀମିତ । ଜିଲ୍ଲାର ଟାଣୁଆ ନେତା ସୂର୍ଯ୍ୟ ନାରାୟଣ ପାତ୍ର ଏବେ ବାଚସ୍ପତି ଆସନରେ ଅଛନ୍ତି। ସେପଟେ କଂଗ୍ରେସରୁ ବିଜେଡିକୁ ଆସିଥିବା ବିକ୍ରମ ପଣ୍ଡା ଏବେ ବିଧାୟକ ଓ ଚନ୍ଦ୍ରଶେଖର ସାହୁ ସାଂସଦ ହୋଇଛନ୍ତି।  ଆଗକୁ ଦଳ କାହା ଉପରେ ଭରସା କରି ପ୍ରଦୀପଙ୍କୁ ଚେକ୍ ଦେବ ତାକୁ ନେଇ  ଚର୍ଚ୍ଚା ଲାଗି ରହିଛି ।

BjD Bjd Leader Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe