ଆଗରୁ ଲାଇନ୍‌ ଓ ପାଣି କାଟିଦେବା ପାଇଁ ଚେତାବନୀ ଦେଇଥିଲେ, ଏବେ ପୁଣି ତାଗିଦ୍‌ କଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ୁ ନାହାନ୍ତି। ତେଣୁ କ୍ୱାର୍ଟର୍ସ ଛାଡ଼ୁ ନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତି ପୁଣି ତାଗିଦ୍ କରିଛନ୍ତି । ୩ ଦିନ ମଧ୍ୟରେ କ୍ୱାର୍ଟର୍ସ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି। ବର୍ତ୍ତମାନର କିଛି ବିଧାୟକଙ୍କୁ ମଧ୍ୟ କ୍ୱାର୍ଟର୍ସ ଛାଡ଼ିବାକୁ ପଡ଼ିବ। ନିର୍ମାଣ ହେବାକୁ ଥିବା ବହୁତଳ ପ୍ରାସାଦ ଲାଗି ଖାଲି କରିବାକୁ ପଡ଼ିବ। ଏଥିସହ ସାମୟିକ ଭାବେ ବର୍ତ୍ତମାନର ବିଧାୟକଙ୍କୁ ଅନ୍ୟତ୍ର ଥଇଥାନ […]

tt

Tapas Behera
  • Published: Saturday, 19 October 2019
  • , Updated: 19 October 2019, 05:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ୁ ନାହାନ୍ତି। ତେଣୁ କ୍ୱାର୍ଟର୍ସ ଛାଡ଼ୁ ନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତି ପୁଣି ତାଗିଦ୍ କରିଛନ୍ତି । ୩ ଦିନ ମଧ୍ୟରେ କ୍ୱାର୍ଟର୍ସ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି। ବର୍ତ୍ତମାନର କିଛି ବିଧାୟକଙ୍କୁ ମଧ୍ୟ କ୍ୱାର୍ଟର୍ସ ଛାଡ଼ିବାକୁ ପଡ଼ିବ। ନିର୍ମାଣ ହେବାକୁ ଥିବା ବହୁତଳ ପ୍ରାସାଦ ଲାଗି ଖାଲି କରିବାକୁ ପଡ଼ିବ।

ଏଥିସହ ସାମୟିକ ଭାବେ ବର୍ତ୍ତମାନର ବିଧାୟକଙ୍କୁ ଅନ୍ୟତ୍ର ଥଇଥାନ କରାଯିବ। ଆସନ୍ତା ମାସରୁ ବିଧାୟକଙ୍କ ଲାଗି ବହୁତଳ ପ୍ରାସାଦ ନିର୍ମାଣ କାମ ଆରମ୍ଭ ହେବ। ସୂଚନା ଅନୁଯାୟୀ ମାସକ ତଳେ ଏହି ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମବାଣୀ ଶୁଣାଇଥିଲେ ।

ତୁରନ୍ତ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଥିଲେ। ଯଦି ପୂର୍ବତନ ବିଧାୟକମାନେ କ୍ୱାର୍ଟର୍ସ ନ ଛାଡ଼ନ୍ତି ତେବେ ପାଣି, ବିଜୁଳି ବନ୍ଦ କରି ଦିଆଯିବ ବୋଲି ବାଚସ୍ପତି ସେତେବେଳେ ନିର୍ଦ୍ଦେଶ ଦେଇଥିଲେ।

 

Related story