ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଖୁ ଦେଖୁ ମୋ ବସ୍କୁ ପୂରିଗଲା ୨ ବର୍ଷ ପୂରିଛି । ୨୦୧୮ ମସିହା ଆଜିର ଦିନରେ CRUT ଆରମ୍ଭ କରିଥିଲା ମୋ ବସ୍ ସେବା । ରାଜଧାନୀ ତଥା ଭୁବନେଶ୍ୱରରେ ଜନସାଧାରଣଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଗଡ଼ିଥିଲା ମୋ ବସ୍ ସେବା । ଦୀର୍ଘଦିନ ଧରି ଏହି ସେବା ଦ୍ୱାରା ଲୋକେ ଖୁବ୍ ଉପକୃତ ହେଉଥିବା ବେଳେ କରୋନା କଟକଣା ଯୋଗୁ ଏହାର ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରୁନି।
ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, କୋଣାର୍କ, ପିପିଲି ଓ ପୁରୀକୁ ଗଡ଼ୁଛି ମୋ ବସ୍ । ହେଲେ କରୋନା କଟକଣା ଯୋଗୁ ବର୍ତ୍ତମାନ ୧୭ଟି ରୁଟରେ ୧୦୯ଟି ବସ୍ ଚଳାଚଳ କରୁଛି । ଖୁବଶୀଘ୍ର ମୋ ବସ ସେବା ସ୍ୱାଭାବିକ ହେବ ବୋଲି କହିଛନ୍ତି କ୍ରୁଟ୍ର ପରିଚାଳକ ନିର୍ଦ୍ଦେଶକ ଅରୁଣ ବୋଥ୍ରା । ଏହା ସହ ଏହି ବସ୍ ସେବାର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଯାତ୍ରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଦେଇଛନ୍ତି ଅରୁଣ ବୋଥ୍ରା ।
ଏହି ସେବା ଆରମ୍ଭ ବେଳେ ଏଥିରେ ଦୈନିକ ହାରାହାରି ୧୯ ହଜାର ଯାତ୍ରୀ ଯାତାୟତ କରୁଥିବାବେଳେ ଗତ ଜାନୁଆରୀରେ ଏହା ୧ ଲକ୍ଷ ଟପିଛି । ପ୍ରଦୂଷଣ ମାତ୍ରା କମାଇବା ପାଇଁ ଇଲେକ୍ଟ୍ରିକ୍ ବସ୍ ଆସିବା ପ୍ରକ୍ରିୟା କୋରୋନା ପାଇଁ ବିଳମ୍ବ ହୋଇଥିବା ବେଳେ ଆସନ୍ତା ୩-୪ ମାସ ଭିତରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ଟି ବସ୍ ଆଣିବାକୁ ପ୍ରୟାସ ଥିବା କହିଛନ୍ତି ଅରୁଣ ବୋଥ୍ରା ।