କାଲିଠାରୁ ରାଜଧାନୀରେ ଗଡ଼ିବ ‘ମୋ ବସ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଜଧାନୀରେ ପୁଣି ଚଳାଚଳ କରିବ ମୋ ବସ୍‌। ୮ଟି ରୁଟ୍‌ରେ ଚଳାଚଳ କରିବ ନନ୍‌-ଏସି ବସ୍‌। ରୁଟ୍‌- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ରେ ଚାଲିବ ମୋ ବସ୍‌। ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ଚଳାଚଳ କରିବ। ଅଗଷ୍ଟ ମାସରେ ସପ୍ତାହାନ୍ତ ବନ୍ଦ ରହିବ ମୋ ବସ୍‌ ସେବା। ମୋ ବସ୍ ପରିଚାଳନା କରୁଥିବା CRUT ପକ୍ଷରୁ ସୂଚନା ଦିଆଯାଇଛି। ମହାମାରୀ କରୋନା ପାଇଁ ରାଜଧାନୀରେ ଅଟକିଥିଲା […]

mo-bus-1-1

mo-bus-1-1

Manoranjan Sial
  • Published: Monday, 03 August 2020
  • Updated: 03 August 2020, 05:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଜଧାନୀରେ ପୁଣି ଚଳାଚଳ କରିବ ମୋ ବସ୍‌। ୮ଟି ରୁଟ୍‌ରେ ଚଳାଚଳ କରିବ ନନ୍‌-ଏସି ବସ୍‌। ରୁଟ୍‌- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ରେ ଚାଲିବ ମୋ ବସ୍‌। ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ଚଳାଚଳ କରିବ। ଅଗଷ୍ଟ ମାସରେ ସପ୍ତାହାନ୍ତ ବନ୍ଦ ରହିବ ମୋ ବସ୍‌ ସେବା। ମୋ ବସ୍ ପରିଚାଳନା କରୁଥିବା CRUT ପକ୍ଷରୁ ସୂଚନା ଦିଆଯାଇଛି।

ମହାମାରୀ କରୋନା ପାଇଁ ରାଜଧାନୀରେ ଅଟକିଥିଲା ମୋ ବସ୍‌ ସେବା। ତେବେ ଅନ୍‌ଲକ୍‌-୩ ସରକାରଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ ପରେ ବସ୍‌ ସେବା ଆରମ୍ଭ କରିବାକୁ CRUT ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ଏଥିରେ କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos