ମୋବାଇଲ ଗେମ୍‌ ନେଉଛି କି ପିଲାଙ୍କ ଜୀବନ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନଲାଇନରେ ପଢ଼ିବା ପାଇଁ ବାପା-ମାଆ ପିଲାଙ୍କୁ ଦେଉଛନ୍ତି ମୋବାଇଲ୍‌। ହେଲେ ପାଠ ପଢ଼ିବା ପରିବର୍ତ୍ତେ ପିଲାମାନେ ଘଣ୍ଟା ଘଣ୍ଟା ଧରି ସେଥିରେ ଖେଳୁଛନ୍ତି ଅନ୍‌ଲାଇନ୍‌ ଗେମ୍‌। ଆଉ ଯେତେବେଳେ ପରିବାର ଲୋକେ ବାରଣ କରୁଛନ୍ତି, ସେତେବେଳେ ଘଟୁଛି ଅଘଟଣ। ପରିବାର ଲୋକଙ୍କ ଉପରେ ରାଗି କେତେବେଳେ କିଏ ଝୁଲି ପଡ଼ୁଛି ତ ଆଉ କିଏ ବିଷ ପିଇ ଦେଉଛି। ଗତ ୧୫ ଦିନରେ ଏମିତି ଦୁଇଟି ଘଟଣା ରାଜ୍ୟରେ ଘଟିଛି। ଯାହାକୁ ନେଇ ଅଭିଭାବକ […]

Mobil-Game

Manoranjan Sial
  • Published: Thursday, 14 October 2021
  • , Updated: 14 October 2021, 09:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନଲାଇନରେ ପଢ଼ିବା ପାଇଁ ବାପା-ମାଆ ପିଲାଙ୍କୁ ଦେଉଛନ୍ତି ମୋବାଇଲ୍‌। ହେଲେ ପାଠ ପଢ଼ିବା ପରିବର୍ତ୍ତେ ପିଲାମାନେ ଘଣ୍ଟା ଘଣ୍ଟା ଧରି ସେଥିରେ ଖେଳୁଛନ୍ତି ଅନ୍‌ଲାଇନ୍‌ ଗେମ୍‌। ଆଉ ଯେତେବେଳେ ପରିବାର ଲୋକେ ବାରଣ କରୁଛନ୍ତି, ସେତେବେଳେ ଘଟୁଛି ଅଘଟଣ। ପରିବାର ଲୋକଙ୍କ ଉପରେ ରାଗି କେତେବେଳେ କିଏ ଝୁଲି ପଡ଼ୁଛି ତ ଆଉ କିଏ ବିଷ ପିଇ ଦେଉଛି। ଗତ ୧୫ ଦିନରେ ଏମିତି ଦୁଇଟି ଘଟଣା ରାଜ୍ୟରେ ଘଟିଛି। ଯାହାକୁ ନେଇ ଅଭିଭାବକ ଚିନ୍ତାରେ ଥିବା ବେଳେ, ସେଥିପ୍ରତି ନଜର ରଖିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ପିଲାଙ୍କୁ ମୋବାଇଲ୍‌ ଦେବା କଣ ଭୁଲ?

ସେପ୍ଟେମ୍ୱର ୩୦ ତାରିଖରେ କେନ୍ଦୁଝର ଜିଲ୍ଲା ଘଷିପୁରା ଇନ୍ଦୁପୁରା ଗାଁର ଜଣେ ନବମ ଶ୍ରେଣୀ ଛାତ୍ର ସ୍କୁଲରୁ ଆସି ପାଠ ପଢ଼ିବା ପରିବର୍ତ୍ତେ ମୋବାଇଲ୍‌ରେ ଫ୍ରି’ ଫାୟାର ଗେମ୍‌ ଖେଳୁଥିଲା। ତାଙ୍କ ମାଆ ତାଙ୍କୁ ବାରଣ କରିବାରୁ ଆତ୍ମହତ୍ୟା କରିଥିଲେ। ସେହିପରି ବୁଧବାର ଦିନ କୋରାପୁଟ ଗୌତମ ନଗରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛି। ଛାତ୍ର ଜଣକ ଦୀର୍ଘ ସମୟ ଧରି ମୋବାଇଲ୍‌ ଗେମ୍‌ରେ ମାତିଥିଲା। ପରିବାର ଲୋକ ମୋବାଇଲ ଛଡାଇନେବାରୁ ଛାତ୍ର ଜଣ ରାଗରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମହାମାରୀ ସମୟରେ ସ୍କୁଲ ବନ୍ଦ ହୋଇଗଲା। ପିଲାମାନେ ଦୀର୍ଘ ସମୟ ଧରି ଘରେ ରହିଲେ। ସେମାନେ ସେହି ସମୟରେ ମୋବାଇଲ୍‌ରେ ଅନ୍‌ଲାଇନ୍‌ରେ ପାଠ ପଢ଼ିଲେ। କିନ୍ତୁ ପାଠ ପଢା ଯେତିକି ଫଳପ୍ରଦ ହେଉନି, କୋମଳମତି ପିଲାଙ୍କ ଉପରେ କିନ୍ତୁ କୁପ୍ରଭାବ ଯଥେଷ୍ଟ ପଡୁଛି। ଅଭିଭାବକ ସଂଘର ଯୁକ୍ତି ହେଲା, ଆତ୍ମଘାତୀ ମୋବାଇଲ୍‌ ଗେମ୍‌ ଗୁଡିକୁ ସରକାର ବ୍ୟାନ କରିବା ଉଚିତ। ଏହାସହ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାର ଆବଶ୍ୟକତା ଅଛି। କାରଣ ମହାମାରୀ ପାଇଁ ପିଲା ଘରେ ରହିବା ଫଳରେ ମାନସିକ ଭାବେ ଚାପଗ୍ରସ୍ତ ହେଉଛନ୍ତି। ସେପଟେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପୂଜା ପରେ ଆଶା କରାଯାଉଛି ସମସ୍ତ କ୍ଳାସ ଖୋଲିପାରେ। ମୋବାଇଲର ଦୁରୂପଯୋଗ ଯେଭଳି ନ ହେଉ, ଅଭିଭାବକ ସଜାଗ ରୁହନ୍ତୁ ବୋଲି ଶ୍ରୀ ଦାଶ କହିଛନ୍ତି।

Related story