ଦଳ ଛାଡ଼ିବାରୁ ମୋହନା ବିଧାୟିକାଙ୍କ ପୋଷ୍ଟର ଚିରିଲେ କର୍ମୀ

ମୋହନା(ମିହିର ଜତି): ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ। ତେବେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ମୋହନାର ବିଜେଡି କର୍ମୀ। ବାସନ୍ତୀଙ୍କ ଏଭଳି ପଦକ୍ଷେପକୁ ବିରୋଧ କରି ମୋହନା ବ୍ଲକ୍ ବିଜେଡି ସଭାପତି ରଞ୍ଜିବ ଶବରଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଗତକାଲି ମୋହନାରେ ଏକ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରା ପିଡବ୍ଲ୍ୟୁଡି ଛକରୁ ବାହାରି ବଜାର ଛକରେ ପହଞ୍ଚିଥିଲା। ସେଠାରେ ସେମାନେ ବାସନ୍ତୀଙ୍କ ପୋଷ୍ଟର ଚିରିବା ସହିତ ଏହାକୁ ପୋଡ଼ି […]

kk

Jitendra Garnayak
  • Published: Saturday, 23 March 2019
  • , Updated: 23 March 2019, 11:29 AM IST

ମୋହନା(ମିହିର ଜତି): ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ। ତେବେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ମୋହନାର ବିଜେଡି କର୍ମୀ।

ବାସନ୍ତୀଙ୍କ ଏଭଳି ପଦକ୍ଷେପକୁ ବିରୋଧ କରି ମୋହନା ବ୍ଲକ୍ ବିଜେଡି ସଭାପତି ରଞ୍ଜିବ ଶବରଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଗତକାଲି ମୋହନାରେ ଏକ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରା ପିଡବ୍ଲ୍ୟୁଡି ଛକରୁ ବାହାରି ବଜାର ଛକରେ ପହଞ୍ଚିଥିଲା। ସେଠାରେ ସେମାନେ ବାସନ୍ତୀଙ୍କ ପୋଷ୍ଟର ଚିରିବା ସହିତ ଏହାକୁ ପୋଡ଼ି ଦେଇଥିଲେ।

[caption id="attachment_356857" align="aligncenter" width="750"] ବାସନ୍ତୀ ମଲ୍ଲିକଙ୍କ ପୋଷ୍ଟରେ ନିଆଁ ଲଗାଉଛନ୍ତି ବିଜେଡି କର୍ମୀ[/caption]

ବିଜେଡି କର୍ମୀମାନେ କହିଛନ୍ତି ଯେ ସେମାନଙ୍କ ସହଯୋଗ ଓ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ବାସନ୍ତୀ ମଲ୍ଲିକ ବିଧାୟିକା ହୋଇଥିଲା। କାର୍ଯ୍ୟରେ ଅବହେଳା କଲେ ବୋଲି ତାଙ୍କୁ ଟିକେଟ୍ ଦିଆଗଲା ନାହିଁ। ତେଣୁ ସେ ଯାଇ ବିଜେପିରେ ମିଶିଛନ୍ତି। ତେବେ ଏହା ଦ୍ୱାରା ମୋହନା ନିର୍ବାଚନ ମଣ୍ଡଳୀରେ କିଛି ଫରକ ପଡ଼ିବନି।

ସୂଚନାଯୋଗ୍ୟ, ବିଜେଡି ଟିକେଟ୍ ନ ମିଳିବାରୁ ବାସନ୍ତୀଙ୍କୁ ଗତ ଗୁରୁବାର ଦଳରୁ ଇସ୍ତଫା ଦେଇଥିଲେ ଓ ପରେ ବିଜେପିରେ ମିଶିଥିଲେ। ବିଜେଡିରେ ଯୋଗ ଦେବା ପୂର୍ବରୁ ସେ କଂଗ୍ରେସରେ ଥିଲେ।

Related story