ପହିଲାରୁ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୌସୁମୀ ଆରମ୍ଭରୁ ବର୍ଷାର ପରିମାଣ କମିଲା। ଏହାସହ ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଜାରି ରହିଛି। ଗତ ସପ୍ତାହରୁ ରାଜ୍ୟକୁ ମୌସୁମୀ ବାୟୁ ଛୁଇଁଥିଲେ ବି ବର୍ଷା ସେତେଟା ହୋଇନି। ତେବେ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇରୁ ତିନି ଦିନ ଭିତରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ୩୦ ତାରିଖ ପରେ ରାଜ୍ୟର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ।  ହେଲେ ଆଜି […]

89-1-1-1

Tapas Behera
  • Published: Thursday, 27 June 2019
  • , Updated: 27 June 2019, 11:20 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୌସୁମୀ ଆରମ୍ଭରୁ ବର୍ଷାର ପରିମାଣ କମିଲା। ଏହାସହ ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଜାରି ରହିଛି। ଗତ ସପ୍ତାହରୁ ରାଜ୍ୟକୁ ମୌସୁମୀ ବାୟୁ ଛୁଇଁଥିଲେ ବି ବର୍ଷା ସେତେଟା ହୋଇନି। ତେବେ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇରୁ ତିନି ଦିନ ଭିତରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ୩୦ ତାରିଖ ପରେ ରାଜ୍ୟର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ।  ହେଲେ ଆଜି ଓ ଆସନ୍ତାକାଲି ଗରମରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଏନେଇ ପାଣିପାଗ ବିଶେଷଜ୍ଞ ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି,“ଗତ ଚାରିରୁ ପାଞ୍ଚ ଦିନ ହେବ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁଛି। ତେବେ ବର୍ଷାର ପରିମାଣ କମ୍ ହେବାର କାରଣ ହେଉଛି ଯେଉଁ ଲଘୁଚାପ ହୋଇଥିଲା ତାହା ଦୁର୍ବଳ ଥିଲା। ଯଦି ଏହା ସକ୍ରିୟ ହୋଇଥିଲେ ଓଡ଼ିଶାରେ ବର୍ଷା ହୋଇଥାଆନ୍ତା। ଏବେ ସୁଦ୍ଧା ଆଜିକାର ଯାହା ସ୍ଥିତି ରହିଛି ଯେଉଁ ଟ୍ରପ୍ ଲାଇନ୍ ରହିଛି ତାହା ହିମାଳୟର ପାଦଦେଶ ଆଡକୁ ଚାଲି ଯାଇଛି। ଆମର ଯାହା ଆକଳନ ରହିଛି ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ନିଶ୍ଚିତ ଭାବେ ଭଲ ବର୍ଷା ହେବ। ୩୦ ତାରିଖଠୁ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ  ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିପାରେ। ଯଦି ଉପକୂଳ ଅଞ୍ଚଳରେ ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ରହିପାରେ। ହେଲେ ଅପରାହ୍ଣ ପରେ ନୂଆପଡ଼ା, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି।”

ସେ ଆହୁରି କହିଛନ୍ତି,“ଆସନ୍ତାକାଲି ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, କେନ୍ଦୁଝର,ଭଦ୍ରକ ଓ ମୟୂରଭଞ୍ଜ। ହେଲେ ୩୦ ତାରିଖ ପରେ ନିଶ୍ଚିତ ଭାବେ ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହେବ। ଏହାସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ଜିଲ୍ଲା ଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା,ଜଗତସିଂହପୁର,କେନ୍ଦ୍ରାପଡ଼ା, କଟକ, ଯାଜପୁର,ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ।”

Related story