ଏ ବର୍ଷ କମିବ ମୌସୁମୀ ବର୍ଷା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମୌସୁମୀ ବର୍ଷା କମିପାରେ। ପାଣିପାଗକୁ ନେଇ ପୂର୍ବାନୁମାନ କରୁଥିବା ସ୍କାଇମେଟ୍ ସଂସ୍ଥା ଏହି ଆଶଙ୍କା ପ୍ରକାଶ କରିଛି। ପ୍ରଶାନ୍ତ ମହାସାଗରରେ ପାଗ ଅନୁକୂଳ ନ ଥିବାରୁ ଏଥର ଅପେକ୍ଷାକୃତ ବର୍ଷା କମ୍ ହେବ ବୋଲି ଏହି ସଂସ୍ଥା ଆକଳନ କରିଛି। ସଂସ୍ଥା ପକ୍ଷରୁ କୁହାଯାଇଛି, ଗତ ୫-୬ ବର୍ଷ ହେଲା ପର୍ଯ୍ୟାପ୍ତ ବର୍ଷା ହେଉ ନାହିଁ। ଏଥର ବି ସେମିତି ପରିସ୍ଥିତି ସୃଷ୍ଟି ହୋଇପାରେ। ଜୁନ୍‌ ଓ ଜୁଲାଇ ମାସରେ ସ୍ୱାଭାବିକଠାରୁ […]

rain

Jitendra Garnayak
  • Published: Thursday, 21 March 2019
  • , Updated: 21 March 2019, 10:00 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମୌସୁମୀ ବର୍ଷା କମିପାରେ। ପାଣିପାଗକୁ ନେଇ ପୂର୍ବାନୁମାନ କରୁଥିବା ସ୍କାଇମେଟ୍ ସଂସ୍ଥା ଏହି ଆଶଙ୍କା ପ୍ରକାଶ କରିଛି। ପ୍ରଶାନ୍ତ ମହାସାଗରରେ ପାଗ ଅନୁକୂଳ ନ ଥିବାରୁ ଏଥର ଅପେକ୍ଷାକୃତ ବର୍ଷା କମ୍ ହେବ ବୋଲି ଏହି ସଂସ୍ଥା ଆକଳନ କରିଛି।

ସଂସ୍ଥା ପକ୍ଷରୁ କୁହାଯାଇଛି, ଗତ ୫-୬ ବର୍ଷ ହେଲା ପର୍ଯ୍ୟାପ୍ତ ବର୍ଷା ହେଉ ନାହିଁ। ଏଥର ବି ସେମିତି ପରିସ୍ଥିତି ସୃଷ୍ଟି ହୋଇପାରେ। ଜୁନ୍‌ ଓ ଜୁଲାଇ ମାସରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। ଏହାର ମୁଖ୍ୟ କାରଣ ହେଉଛି ଏଲ୍ ନିନୋ।

ଅଷ୍ଟ୍ରେଲିଆ ପାଣିପାଗ ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ମଧ୍ୟ ଏଲ୍ ନିନୋ ହେବାର ୭୦ ପ୍ରତିଶତ ସମ୍ଭାବନା ଅଛି। ଏହାର ପ୍ରଭାବରେ ସମୁଦ୍ରରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ଏହାର ପ୍ରତିକୂଳ ପ୍ରଭାବ ଭାରତର ମୌସୁମୀ ବର୍ଷା ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି।

ତେବେ ଭାରତର ପାଣିପାଗ ସଂସ୍ଥା ପକ୍ଷରୁ ଗତ ମାସ କୁହାଯାଇଥିଲା ଯେ, ମ’’ ମାସ ଯାଏ ଏଲ୍ ନିନୋ ପ୍ରଭାବ ରହିବ। ତା’ ପରେ ଏହା ହ୍ରାସ ପାଉଥିବାରୁ ଦେଶରେ ମୌସୁମୀ ବର୍ଷା ଉପରେ ଏହାର ପ୍ରଭାବ ପ୍ରାୟତଃ ପଡ଼ିବ ନାହିଁ।

Related story