Rain
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଛି ଏହି ସୂଚନା।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସାରା ଓଡ଼ିଶାକୁ ଛୁଇଁବ। ଏଥିପାଇଁ ସ୍ଥିତି ଅନୁକୂଳ ରହିଛି।
ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି, ଆଜି ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁଛି। ଦକ୍ଷିଣ ଓଡ଼ିଶା ଏବଂ ବଲାଙ୍ଗିରରେ ଭଲ ବର୍ଷା ହୋଇଛି। ଲଘୁଚାପ ଯୋଗୁଁ ଆଜି ଆହୁରି ଅନେକ ଅଞ୍ଚଳରେ ବର୍ଷା ହେବ। ତେବେ ୧୧ ତାରିଖରେ (ଆସନ୍ତାକାଲି) ସବୁଠାରୁ ବେଶି ବର୍ଷା ହେବା ନେଇ ଆକଳନ କରାଯାଇଛି। ସେହିପରି ଜୁନ୍ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଜୁନ୍ ୩ ତାରିଖରେ କେରଳ ଛୁଇଁ ଥିଲା ମୌସୁମୀ ବାୟୁ। ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ପରେ ବା ଏହା ପାଖାପାଖି ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/rain1.jpg)