Advertisment

ଏଥର ସ୍ୱାଭାବିକ ମୌସୁମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚଳିତ ଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ । ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି । ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ୱାଭାବିକ ରହିବ । ତେବେ କେନ୍ଦ୍ରାଞ୍ଚଳ ମୁଖ୍ୟତଃ ମଧ୍ୟପ୍ରଦେଶ, ମହାରାଷ୍ଟ୍ରର କିଛି ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ। ତାଛଡ଼ା ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ, ଅରୁଣାଚଳପ୍ରଦେଶ ଗୁଡ଼ିକରେ […]

author-image
Tapas Behera
ଅଦ୍ୟତନ ହୋଇଛି
ଏଥର ସ୍ୱାଭାବିକ ମୌସୁମୀ

imd

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚଳିତ ଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ । ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି । ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ୱାଭାବିକ ରହିବ ।

Advertisment

ତେବେ କେନ୍ଦ୍ରାଞ୍ଚଳ ମୁଖ୍ୟତଃ ମଧ୍ୟପ୍ରଦେଶ, ମହାରାଷ୍ଟ୍ରର କିଛି ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ। ତାଛଡ଼ା ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ, ଅରୁଣାଚଳପ୍ରଦେଶ ଗୁଡ଼ିକରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍ ହୋଇପାରେ ବୋଲି ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ କେରଳ ଉପକୂଳରେ ଛୁଇଁବ

ଏବେ ମୌସୁମୀ ଶ୍ରୀଲଙ୍କାରେ ପହଞ୍ଚିଛି। କେରଳ ପହଞ୍ଚିବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ମୌସୁମୀ ପହଞ୍ଚି ଥାଏ । ତେବେ ସଠିକ୍ ତାରିଖ ସମ୍ପର୍କରେ ଆସନ୍ତା କିଛି ଦିନରେ ଜଣାପଡ଼ିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି । ଜୁନରେ ରାଜ୍ୟରେ ସ୍ୱାଭାବିକ ଓ ତାଠାରୁ ଅଧିକ ବର୍ଷା ହେବା ନେଇ ଆକଳନ ହୋଇଛି। ଜୁଲାଇ ଓ ଅଗଷ୍ଟ ପରିସ୍ଥିତି ଆସନ୍ତା ସମୟରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

Advertisment