ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଭେଜନପାଲୀ ଗାଁରେ ଦେଖାଦେଇଛି ଅଜଣା ରୋଗ ଆତଙ୍କ । ଏହି ରୋଗ କବଳରେ ପଡ଼ି ଗତ ଦେଢ ମାସ ମଧ୍ୟରେ ୫ରୁ ଅଧିକ ଜୀବନ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏବେ ବି ୧୦ରୁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।
ଆକ୍ରାନ୍ତଙ୍କ ହାତଗୋଡ଼ ଫୁଲିବା ସହ ଶରୀର ଦୁର୍ବଳ ହୋଇ ପଡୁଛି । ଶେଷରେ ସେମାନେ ମୃତ୍ୟୁମୁଖରେ ପଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦୁର୍ଗମ ଅଞ୍ଚଳରେ ଏହି ଅଜଣା ରୋଗରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି ମେଡିକାଲ ନଯାଇ ଗୁଣିଗାରେଡି ଉପରେ ନିର୍ଭର କରୁଥିବାରୁ ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିବା କୁହାଯାଉଛି। ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବର୍ତ୍ତମାନ ସୁଦ୍ଧା ଡାକ୍ତରୀ ଟିମ୍ ପହଞ୍ଚିନଥିବା ଜଣାପଡିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ; ଫଟୋ ଭାଇରାଲ
ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଷ୍ଟାଟସ୍ ଦିଆଯାଇଥିଲା।
Politics
‘ଚାଉଳ ହିତାଧିକାରୀଙ୍କ ଭିତରେ ଥିଲେ ୧.୭୭ ଲକ୍ଷ ଭୂତ’
ଏବେବି ୬ ଲକ୍ଷ ୧୯ ହଜାର ୮ ଶହ ୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଥିବା ମନ୍ତ୍ରୀ କହିଛନ୍ତି।
Crime
ଖଳାରୁ ଧାନ ଚୋରି କରୁଥିଲେ; ମାଡ଼ି ବସିଲେ ଗ୍ରାମବାସୀ
କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଚୋରମାନେ ଉତ୍ପାତ ଚଳାଇଥିବା ବେଳେ ମିନିଟ୍ରକରେ ବୋହି ଧାନ ନେଇଯାଉଥିବା ଅଭିଯୋଗ ଆସିଥିଲା।
Miscellaneous
କାର୍ଯ୍ୟରେ ଯୋଗଦେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ
ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’ ୩୧ରୁ ୬ମାସ ଛୁଟିରେ ପଳାଇଥିଲେ ସୁଜାତା।
Crime
ଖଣି ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୭ଟି ସ୍ଥାନରେ ଚଢ଼ଉ
ପଦ୍ମନାଭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।