ଭୋଟ୍‌ରେ ହେରଫେର, ତଦନ୍ତ ଦାବି କଲା ବିଜେପି

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ ଦୁଇ ନମ୍ବର ୱାର୍ଡରେ ହୋଇଛି ଭୋଟ୍‌ରେ ହେରଫେର ଅଭିଯୋଗ। ଏହି ଅଭିଯୋଗ ଆଣିଛି ବିଜେପି। ଦଳ ଏଠାରେ ନିର୍ବାଚନକୁ ବାତିଲ କରିବାକୁ ଦାବି କରିବା ସହିତ ଏହି ଘଟଣାର ତଦନ୍ତ କରାଯାଉ ବୋଲି କହିଛି। ଦଳୀୟ ନେତା ଅଶୋକ ମହାନ୍ତି କହିଛନ୍ତି, ପାଲଲହଡା ନିଜିଗଡ଼ ପଂଚାୟତର ଦୁଇ ନମ୍ବର ବୁଥରେ ଭୋଟର ସଂଖ୍ୟା ଯେତିକି ତା’ ଠାରୁ ୧୨ ଖଣ୍ଡ ଅଧିକ ଭୋଟ୍ ପଡ଼ିଛି। ସରପଞ୍ଚ, […]

Vote Counting

Jitendra Garnayak
  • Published: Sunday, 27 February 2022
  • , Updated: 27 February 2022, 02:15 PM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ ଦୁଇ ନମ୍ବର ୱାର୍ଡରେ ହୋଇଛି ଭୋଟ୍‌ରେ ହେରଫେର ଅଭିଯୋଗ। ଏହି ଅଭିଯୋଗ ଆଣିଛି ବିଜେପି। ଦଳ ଏଠାରେ ନିର୍ବାଚନକୁ ବାତିଲ କରିବାକୁ ଦାବି କରିବା ସହିତ ଏହି ଘଟଣାର ତଦନ୍ତ କରାଯାଉ ବୋଲି କହିଛି।

ଦଳୀୟ ନେତା ଅଶୋକ ମହାନ୍ତି କହିଛନ୍ତି, ପାଲଲହଡା ନିଜିଗଡ଼ ପଂଚାୟତର ଦୁଇ ନମ୍ବର ବୁଥରେ ଭୋଟର ସଂଖ୍ୟା ଯେତିକି ତା’ ଠାରୁ ୧୨ ଖଣ୍ଡ ଅଧିକ ଭୋଟ୍ ପଡ଼ିଛି। ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପାଇଁ ୩୧୦ ଖଣ୍ଡ ଭୋଟ୍ ପଡ଼ିଥିବା ବେଳେ ଜିଲ୍ଲା ପରିଷଦ ଆସନ ପାଇଁ ୧୨ ଖଣ୍ଡ ଅଧିକ ବାଲାଟ୍‌ ପେପର ମିଳିଥିଲା।

ଶ୍ରୀ ମହାନ୍ତି କହିଛନ୍ତି, ଘଟଣା ସଂପର୍କରେ ଆମେ ନିର୍ବାଚନ ଅଧିକାରୀ ଓ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଇଛୁ। ଆମେ ଏଠାରେ ନିର୍ବାଚନକୁ ବାତିଲ କରିବାକୁ କହିଛୁ। ଏହା ସହିତ ଏ ଘଟଣାର ତଦନ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛୁ।
ଉପ ଜିଲ୍ଲାପାଳ କହିଛନ୍ତି ବିଜେପି ଯେଉଁ ଅଭିଯୋଗ ଆଣିଛି, ତଦନ୍ତ ପରେ ତା’ର ସତ୍ୟାସତ୍ୟ ଜଣାପଡ଼ିବ।

Related story