ଅର୍ଚ୍ଚିତାଙ୍କ ପାଠ ପଢ଼ା ପାଇଁ କାନଫୁଲ ବିକିଦେଲେ ମାଆ

ସାଲେପୁର (ମନୋଜ ଆଚାର୍ଯ୍ୟ): ଝିଅ ପାଠ ପଢ଼ିବ। ସେଥିପାଇଁ ମାଆ ନିଜ କାନ ଫୁଲ ବିକିଦେଲେ। ସେହି ପଇସାରେ ମୋବାଇଲ୍‌ଟିଏ କିଣିଲେ। ଆଉ ସେହି ମୋବାଇଲ୍‌ ଧରି ଝିଅ ଆଜି ପାଠ ପଢ଼ୁଛି। ଏହା ଦେଖି ମାଆର ମନ ଭାରି ଖୁସି। ଯେଉଁ ସୁନା ଫୁଲରେ ନିଜ କାନ ଦୁଇଟା ଚମକୁଥିଲା, ତାହା ଖାଲି ପଡିଗଲା ସତ। ହେଲେ ସେଥିରେ ଯେ ଝିଅର ଭବିଷ୍ୟତ ସୁନା ଭଳି ଝଟକିବ, ତାକୁ ବା କେମିତି ଅଣଦେଖା କରିଥାନ୍ତେ ମମତାରେ […]

salepur.jpg1

salepur.jpg1

Manoranjan Sial
  • Published: Saturday, 01 August 2020
  • Updated: 01 August 2020, 10:58 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): ଝିଅ ପାଠ ପଢ଼ିବ। ସେଥିପାଇଁ ମାଆ ନିଜ କାନ ଫୁଲ ବିକିଦେଲେ। ସେହି ପଇସାରେ ମୋବାଇଲ୍‌ଟିଏ କିଣିଲେ। ଆଉ ସେହି ମୋବାଇଲ୍‌ ଧରି ଝିଅ ଆଜି ପାଠ ପଢ଼ୁଛି। ଏହା ଦେଖି ମାଆର ମନ ଭାରି ଖୁସି। ଯେଉଁ ସୁନା ଫୁଲରେ ନିଜ କାନ ଦୁଇଟା ଚମକୁଥିଲା, ତାହା ଖାଲି ପଡିଗଲା ସତ। ହେଲେ ସେଥିରେ ଯେ ଝିଅର ଭବିଷ୍ୟତ ସୁନା ଭଳି ଝଟକିବ, ତାକୁ ବା କେମିତି ଅଣଦେଖା କରିଥାନ୍ତେ ମମତାରେ ମହାନ ଏହି ଅଭାବୀ ମାଆ। ସେଥିପାଇଁ ପାଖେ ପାଖେ ବସି ମୋବାଇଲ୍‌ରେ ଝିଅର ପାଠ ପଢ଼ା ଦେଖି ସତେ ଯେମିତି କାନ ଫୁଲ ବିକିବାର ଦୁଃଖ ଭୁଲି ଯାଇଛନ୍ତି ମାଆ। ଏମିତି ଚିତ୍ର ଆସିଛି କଟକ ଜିଲ୍ଲା ସାଲେପୁର ଉତ୍ତରବଟେଶ୍ୱର ଗାଁରୁ।

ଉତ୍ତରବଟେଶ୍ୱର ଗାଁର ରୀତା ଭୋଇଙ୍କ ଝିଅ ଅର୍ଚ୍ଚିତା। ରୋଧପୁର ସରକାରୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ଭାରି ମେଧାବୀ ମଧ୍ୟ। ମହାମାରୀ କରୋନା ଯୋଗୁଁ ଏବେ ଲକ୍‌ଡାଉନ୍‌ ଲାଗି ରହିଛି। ଯେଉଁଥିପାଇଁ ସ୍କୁଲ ବନ୍ଦ ରହିଛି। ଅନ୍ୟ ପିଲାଙ୍କ ପରି ଅର୍ଚ୍ଚିତା ସ୍କୁଲ ଯାଇପାରୁ ନାହାନ୍ତି। ସେଥିପାଇଁ ଘରେ ରହିଛନ୍ତି।

କରୋନା ପାଇଁ ସରକାର ଅନ୍‌ଲାଇନ୍‌ରେ ପାଠ ପଢ଼ିବାର ବ୍ୟବସ୍ଥା କରିଛନ୍ତି। ଏହା ପରେ ସ୍କୁଲ ସାର୍‌ ଆସି ଘରେ କହିଗଲେ, ପାଠ ପଡୁଛି, ଝିଅକୁ କହିବ ପଢ଼ିବ। ହେଲେ ପାଖରେ ମୋବାଇଲ୍‌ ନଥିବାରୁ ସାରଙ୍କ ପାଖରେ ନିଜର ଅସହାୟତା ଦେଖାଇଲେ ଅଭାବୀ ମାଆ। ତେବେ ପରିବାର ଆର୍ଥିକ ସ୍ଥିତି ଅନୁଭବନ କରି ଝିଅ ଅର୍ଚ୍ଚିତା ପାଠ ପଢ଼ିବାକୁ ପଡୋଶୀଙ୍କ ଘରକୁ ଯାଉଥିଲେ। ହେଲେ ଅଭାବୀ ମାଆର ମନ ମାନିଲା ନାହିଁ। ସେଥିପାଇଁ ନିଜ କାନଫୁଲ ବିକି ମୋବାଇଲ୍‌ କିଣିଲେ। ସେହି ମୋବାଇଲ୍‌ ଧରି ପାଠ ପଢ଼ୁଛନ୍ତି ଅର୍ଚ୍ଚିତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos