ମୋତିଲାଲ୍ ଗୌଡ଼ଙ୍କ ବିଜେଡ଼ି ଲିଙ୍କର ସିବିଆଇ ତଦନ୍ତ ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ବହିଷ୍କୃତ ଡାକ୍ତର ମୋତିଲାଲ୍ ଗୌଡ଼ଙ୍କ ଜାଲ୍ ବିଜ୍ଞପ୍ତି ପ୍ରସଙ୍ଗରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା। କଂଗ୍ରେସ ଭବନରୁ ଏହି ରାଲି ବାହାରି ଶ୍ରୀୟା ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା ଓ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଛାତ୍ର କଂଗ୍ରେସ ନେତା ଇତିଶ୍ ପ୍ରଧାନ କହିଛନ୍ତି, “ଜଣେ ବହିଷ୍କୃତ ଡାକ୍ତରଙ୍କୁ କିଭଳି ଭାବରେ ନିର୍ଦ୍ଦେଶକ ପଦରେ ବସାହେଲା? ଏହି ଘଟଣାରେ ମୋତିଲାଲ୍ ଗୌଡ଼ଙ୍କ ସହିତ ରାଜ୍ୟ ସରକାରଙ୍କ ଛାମୁଆ ନେତାମାନେ ସଂପୃକ୍ତ […]

congress

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 03:06 PM IST

ଭୁବନେଶ୍ୱର: ବହିଷ୍କୃତ ଡାକ୍ତର ମୋତିଲାଲ୍ ଗୌଡ଼ଙ୍କ ଜାଲ୍ ବିଜ୍ଞପ୍ତି ପ୍ରସଙ୍ଗରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା। କଂଗ୍ରେସ ଭବନରୁ ଏହି ରାଲି ବାହାରି ଶ୍ରୀୟା ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା ଓ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ଛାତ୍ର କଂଗ୍ରେସ ନେତା ଇତିଶ୍ ପ୍ରଧାନ କହିଛନ୍ତି, “ଜଣେ ବହିଷ୍କୃତ ଡାକ୍ତରଙ୍କୁ କିଭଳି ଭାବରେ ନିର୍ଦ୍ଦେଶକ ପଦରେ ବସାହେଲା? ଏହି ଘଟଣାରେ ମୋତିଲାଲ୍ ଗୌଡ଼ଙ୍କ ସହିତ ରାଜ୍ୟ ସରକାରଙ୍କ ଛାମୁଆ ନେତାମାନେ ସଂପୃକ୍ତ ଅଛନ୍ତି। ମନ୍ତ୍ରୀ ଅରୁଣ ସାହୁ ଓ ବ୍ୟୋମକେଶ ରାୟଙ୍କ ପରି  ବହୁ  ଯୁବ ବିଧାୟକ ତାଙ୍କ ସହ ସାମିଲ ହୋଇ ତାଙ୍କ ଠାରୁ ଟଙ୍କା ନେଇଛନ୍ତି। କୋଟି କୋଟି ଟଙ୍କା କାରବାରରେ ସେମାନଙ୍କ ଭିତରେ ସେୟାର ବଣ୍ଟା ଯାଉଥିଲା। ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ। ମୋତିଲାଲ୍ ଗୌଡଙ୍କୁ ଖୁବଶୀଘ୍ର ଗିରଫ କରାଯିବା ପାଇଁ ଛାତ୍ର କଂଗ୍ରେସ ଦାବି କରୁଛି।”

Related story