Advertisment

‘ଅନୁଭବ ମହାନ୍ତି ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ, ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଚାରି ଦିନ ହେଲାଣି ଅଭିନେତା ତଥା ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଅନୁଭବଙ୍କ ବିରୋଧରେ ବର୍ଷା ଘରୋଇ ହିଂସା ସହିତ ଅନେକ ସାଂଘାତିକ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀର ଏକ କୋର୍ଟରେ ଅନୁଭବ ତାଙ୍କ ବିରୋଧରେ ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। ଦୁହେଁ ପରସ୍ପର ବିରୋଧରେ ଅନେକ ସଙ୍ଗିନ ଅଭିଯୋଗ ଆଣିଥିବା ବେଳେ […]

ଅଦ୍ୟତନ ହୋଇଛି
‘ଅନୁଭବ ମହାନ୍ତି ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ, ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ’

bjp

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଚାରି ଦିନ ହେଲାଣି ଅଭିନେତା ତଥା ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଅନୁଭବଙ୍କ ବିରୋଧରେ ବର୍ଷା ଘରୋଇ ହିଂସା ସହିତ ଅନେକ ସାଂଘାତିକ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀର ଏକ କୋର୍ଟରେ ଅନୁଭବ ତାଙ୍କ ବିରୋଧରେ ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। ଦୁହେଁ ପରସ୍ପର ବିରୋଧରେ ଅନେକ ସଙ୍ଗିନ ଅଭିଯୋଗ ଆଣିଥିବା ବେଳେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନୁଭବ ମହାନ୍ତିଙ୍କୁ ବିଜେଡିରୁ ବହିଷ୍କାର କରିବା ପାଇଁ ଦାବି କରାଯାଇଛି।

Advertisment

ଆଜି ଭୁବନେଶ୍ୱରରେ ରାଜ୍ୟ କାର୍ଯ୍ୟଳାୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏହି ଦାବି କରିଛନ୍ତି। ସେ କହିଛନ୍ତି, ଅନୁଭବ ମହାନ୍ତି ପ୍ରଥମେ ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ। ମାନବିକତା ଦୃଷ୍ଟିକୋଣରୁ ସେ ଏହି ପଦରୁ ଇସ୍ତଫା ଦେଇଦେବା ଉଚିତ୍। ତା’ସହିତ ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ।

ସ୍ମୃତି ପଟ୍ଟନାୟକ ଆହୁରି କହିଛନ୍ତି, ନିର୍ବାଚନ ପ୍ରଚାର ବେଳେ ଅନୁଭବ ମହାନ୍ତି କହିଥିଲେ ଯେ କେନ୍ଦ୍ରାପଡ଼ା ମାଟିର ମା’ଭଉଣୀଙ୍କ ସ୍ୱାଭିମାନ ତାଙ୍କର ଦାୟିତ୍ୱ। ସେହି ବ୍ୟକ୍ତିଙ୍କୁ ଆମେ ଆଜି ପ୍ରଶ୍ନ କରୁଛୁ- ଯିଏ ନିଜ ଘରେ ନିଜ ସ୍ତ୍ରୀକୁ ସମ୍ମାନ ଦେଇପାରୁନି, ମଦ ପିଇ ଶାରୀରିକ ନିର୍ଯାତନା ଦେଉଛି, ସେ କେନ୍ଦ୍ରାପଡ଼ାର ମା’ଭଉଣୀଙ୍କୁ କି ସମ୍ମାନ ଦେବ? ଏ ପ୍ରଶ୍ନ ଆମେ ନବୀନ ବାବୁଙ୍କୁ ବି କରୁଛୁ।

Advertisment

ସୂଚନାଯୋଗ୍ୟ, ବର୍ଷା କରିଥିବା ଘରୋଇ ହିଂସା ଅଭିଯୋଗର ଶୁଣାଣି ଆସନ୍ତା ୧୨ ତାରିଖକୁ ଘୁଞ୍ଚି ଯାଇଛି। ସେହିପରି ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଦାଖଲ କରିଥିବା ଛାଡ଼ପତ୍ର ପିଟିସନ୍‌କୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ଜଣାପଡ଼ିଛି।

ପଢ଼ନ୍ତୁ- ସୁପ୍ରିମ୍‌କୋର୍ଟ ଯାଇପାରନ୍ତି ବର୍ଷା

Bjp Anubhav Mohanty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe