ଅନୁଗୋଳରେ ବୈଜୟନ୍ତଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

<p>ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ଜାମ୍ବୁଗାଡିଆରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ଜାମ୍ବୁଗାଡିଆର ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ସାଂସଦ ପଣ୍ଡା ଯାଇଥିବା ବେଳେ ତାଙ୍କୁ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ହଜାର ହଜାର ଲୋକ। ସାଙ୍ଗରେ ଥିଲେ ହିନ୍ଦୋଳ ରାଜା ଶୈଳେନ୍ଦ୍ର ନାରାୟଣ ସିଂଦେଓ। ବିଭିନ୍ନ ପୂଜାବିଧି ପରେ ଶେଷରେ ସାଂସଦ ଓ ହିନ୍ଦୋଳ ରାଜା ପୂର୍ଣ୍ଣାହୂତି ଦେଇଥିଲେ।</p> <p>ପ୍ରତିଷ୍ଠା ଉତ୍ସବ ପରେ ସାଂସଦ ପଣ୍ଡା କହିଥିଲେ- &ldquo;କୌଣସି ଧମକକୁ ଭ୍ରୂକ୍ଷେପ ନକରି ମନ୍ଦିର ପ୍ରତିଷ୍ଠାକୁ ଆସିଛି। ମୁଁ ଯେଉଁଠିକୁ ଯିବି, ହଇରାଣ ଓ ଅଟକାଇବାକୁ ଜଣଙ୍କର ଇଙ୍ଗିତ ଥିଲା। ଏଠି ହଜାର ହଜାର ଲୋକଙ୍କ ଉପସ୍ଥିତି ଓ ଭଲ ପାଇବାରେ ମୁଁ ବହୁତ ଖୁସି। ଢେଙ୍କାନାଳ ଓ ଅନୁଗୁଗୋବାସୀ ସ୍ନେହୀ ଓ ସ୍ୱାଭିମାନୀ।&rdquo;</p>

Ordigital Desk
  • Published: Sunday, 22 April 2018
  • Updated: 22 April 2018, 07:42 PM IST
<p>ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ଜାମ୍ବୁଗାଡିଆରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ଜାମ୍ବୁଗାଡିଆର ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ସାଂସଦ ପଣ୍ଡା ଯାଇଥିବା ବେଳେ ତାଙ୍କୁ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ହଜାର ହଜାର ଲୋକ। ସାଙ୍ଗରେ ଥିଲେ ହିନ୍ଦୋଳ ରାଜା ଶୈଳେନ୍ଦ୍ର ନାରାୟଣ ସିଂଦେଓ। ବିଭିନ୍ନ ପୂଜାବିଧି ପରେ ଶେଷରେ ସାଂସଦ ଓ ହିନ୍ଦୋଳ ରାଜା ପୂର୍ଣ୍ଣାହୂତି ଦେଇଥିଲେ।</p><p>ପ୍ରତିଷ୍ଠା ଉତ୍ସବ ପରେ ସାଂସଦ ପଣ୍ଡା କହିଥିଲେ- &ldquo;କୌଣସି ଧମକକୁ ଭ୍ରୂକ୍ଷେପ ନକରି ମନ୍ଦିର ପ୍ରତିଷ୍ଠାକୁ ଆସିଛି। ମୁଁ ଯେଉଁଠିକୁ ଯିବି, ହଇରାଣ ଓ ଅଟକାଇବାକୁ ଜଣଙ୍କର ଇଙ୍ଗିତ ଥିଲା। ଏଠି ହଜାର ହଜାର ଲୋକଙ୍କ ଉପସ୍ଥିତି ଓ ଭଲ ପାଇବାରେ ମୁଁ ବହୁତ ଖୁସି। ଢେଙ୍କାନାଳ ଓ ଅନୁଗୁଗୋବାସୀ ସ୍ନେହୀ ଓ ସ୍ୱାଭିମାନୀ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos