ମୋ ବିରୋଧରେ ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ: ବୈଜୟନ୍ତ

Ordigital Desk
  • Published: Sunday, 28 January 2018
  • , Updated: 28 January 2018, 09:08 PM IST
<p>ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ବିଜେଡିରୁ ଯେଉଁ ଦାବି ହେଉଛି ତାକୁ ଭିତ୍ତିହୀନ ବୋଲି ପୁଣି ଥରେ କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଆଜି ଦିଲ୍ଲୀ ଗସ୍ତ ଅବସରରେ ବୈଜୟନ୍ତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ ବୋଲି ସେ କହିଛନ୍ତି।</p> <p>ସେ ଆହୁରି କହିଛନ୍ତି, &ldquo;ନିର୍ବାଚନୀ ସତ୍ୟପାଠରେ କୌଣସି ଭୁଲ୍ ନାହିଁ। ଯଦି କାହାର ଆପତ୍ତି ଅଛି, ସେ ନିର୍ବାଚନ କମିଶନ୍ କିମ୍ବା କୋର୍ଟକୁ ଯାଇପାରନ୍ତି।&rdquo;</p> <p>ବୈଜୟନ୍ତ ପ୍ରତିକ୍ରିୟା ଆସିବା ପରେ ଏହା ଉପରେ ବିଜେଡି ମନ୍ତବ୍ୟ ଦେଇଛି। ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି, &ldquo;ଦଳର ସଭାପତି ଯାହା ନିଷ୍ପତ୍ତି ନେଇଛନ୍ତି ଠିକ୍। ଆଗକୁ ଯାହା ପଦକ୍ଷେପ ନିଆଯିବ, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।</p>

Related story