ପୂର୍ବ ଶତ୍ରୁତାରୁ ମାଛ ବ୍ୟବସାୟୀଙ୍କୁ ମାରିଦେଲେ

ବାଲେଶ୍ଵର(ଓଡ଼ିଶା ରିପୋର୍ଟର): ପୂର୍ବ ରାଗରୁ ମାଛ ବ୍ୟବସାୟୀଙ୍କୁ ମାରିଦେଲେ। ଏପରି ଅଭାବନୀୟ ଘଟଣା ବାଲେଶ୍ଵର ସହରର ଅଡର ବଜାର ଗଲା ପୋଲ ନିକଟରେ ଗତ ରାତିରେ ଘଟିଛି । ମୃତକ ହେଲେ ରବି ସିଂହ। ତାଙ୍କ ଘର ଗଳା ପୋଲ ନିକଟରେ। ମାଛ ବ୍ୟବସାୟ କରି ରବି ପରିବାର ପୋଷନ୍ତି। କୌଣସି କଥାକୁ ନେଇ ହତ୍ୟାକାରୀଙ୍କ ସହ ତାଙ୍କର ପୂର୍ବ ଶତ୍ରୁତା ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଦୁର୍ବୃତ୍ତଜଣକ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକ […]

attack

Niharika Rout
  • Published: Sunday, 19 December 2021
  • , Updated: 19 December 2021, 07:44 AM IST

ବାଲେଶ୍ଵର(ଓଡ଼ିଶା ରିପୋର୍ଟର): ପୂର୍ବ ରାଗରୁ ମାଛ ବ୍ୟବସାୟୀଙ୍କୁ ମାରିଦେଲେ। ଏପରି ଅଭାବନୀୟ ଘଟଣା ବାଲେଶ୍ଵର ସହରର ଅଡର ବଜାର ଗଲା ପୋଲ ନିକଟରେ ଗତ ରାତିରେ ଘଟିଛି । ମୃତକ ହେଲେ ରବି ସିଂହ। ତାଙ୍କ ଘର ଗଳା ପୋଲ ନିକଟରେ।

ମାଛ ବ୍ୟବସାୟ କରି ରବି ପରିବାର ପୋଷନ୍ତି। କୌଣସି କଥାକୁ ନେଇ ହତ୍ୟାକାରୀଙ୍କ ସହ ତାଙ୍କର ପୂର୍ବ ଶତ୍ରୁତା ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଦୁର୍ବୃତ୍ତଜଣକ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି।

ବାଲେଶ୍ଵର ସହରର ଅଡର ବଜାର ଗଲା ପୋଲ ନିକଟରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ସହଦେବଖୁଣ୍ଟା ପୁଲିସ୍‌ ମୃତ ବ୍ୟକ୍ତିଙ୍କ ଶବକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ତଦନ୍ତ ଚଳାଇଛି। ଦୁର୍ବୃତ୍ତ ଜଣକ ଫେରାର ହୋଇଯାଇଛି।

Related story