Advertisment

ପ୍ରେମିକଙ୍କୁ ପିଟିପିଟି ମାରିଦେଲେ ପ୍ରେମିକାଙ୍କ ପରିବାର ଲୋକ!

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଦଶହରାରେ ପ୍ରେମିକାଙ୍କ ଗାଁକୁ ଯାଇଥିଲେ ପ୍ରେମିକ ପ୍ରବର। ହେଲେ ଗାଁ ବୁଲିବା ପୂର୍ବରୁ ପ୍ରେମିକାଙ୍କ ପରିବାର ଲୋକଙ୍କ ଚକ୍ରହ୍ୟୂରେ ଫସିଗଲେ। ଆଉ ସେଥିରୁ ବାହାରି ପାରିଲେ ନାହିଁ ପ୍ରେମିକ। ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ସେଠାରେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଦଶହରାରେ ଏପରି ନୃଶଂସ ଓ ବିଭତ୍ସ ହତ୍ୟାକାଣ୍ଡ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗରୁ ପ୍ରକାଶ, ଗୋଲାମୁଣ୍ଡା ଥାନା ଖଲିଆକାନୀର ଦିଲୀପ ମେହେର କଏନ୍ଦିମୁଣ୍ଡା ଗାଁର […]

ଅଦ୍ୟତନ ହୋଇଛି
ପ୍ରେମିକଙ୍କୁ ପିଟିପିଟି ମାରିଦେଲେ ପ୍ରେମିକାଙ୍କ ପରିବାର ଲୋକ!

kalahandi

Advertisment

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଦଶହରାରେ ପ୍ରେମିକାଙ୍କ ଗାଁକୁ ଯାଇଥିଲେ ପ୍ରେମିକ ପ୍ରବର। ହେଲେ ଗାଁ ବୁଲିବା ପୂର୍ବରୁ ପ୍ରେମିକାଙ୍କ ପରିବାର ଲୋକଙ୍କ ଚକ୍ରହ୍ୟୂରେ ଫସିଗଲେ। ଆଉ ସେଥିରୁ ବାହାରି ପାରିଲେ ନାହିଁ ପ୍ରେମିକ। ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ସେଠାରେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଦଶହରାରେ ଏପରି ନୃଶଂସ ଓ ବିଭତ୍ସ ହତ୍ୟାକାଣ୍ଡ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଘଟିଛି।

Advertisment

ଅଭିଯୋଗରୁ ପ୍ରକାଶ, ଗୋଲାମୁଣ୍ଡା ଥାନା ଖଲିଆକାନୀର ଦିଲୀପ ମେହେର କଏନ୍ଦିମୁଣ୍ଡା ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯାହାକୁ ଯୁବତୀଙ୍କ ପରିବାର ଲୋକେ ବିରୋଧ କରୁଥିଲେ। ଯେଉଁଥିପାଇଁ ଉଭୟ ପରିବାର ମଧ୍ୟ ତିକ୍ତତା ଲାଗି ରହିଥିଲା। ଏହାରି ଭିତରେ ଯୁବତୀଙ୍କ ପରିବାର ଲୋକେ ତାଙ୍କ ପାଇଁ ଅନ୍ୟ ଜଣଙ୍କ ସହିତ ବାହାଘର ଠିକ୍‌ କରିଥିଲେ। ଯାହାକୁ ଦିଲୀପ ବିରୋଧ କରୁଥିଲା। ଏପରିକି ଯୁବତୀଙ୍କୁ ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ ହୋଇଛି।

ଗତକାଲି ଦଶହରା ଥିବାରୁ ସଞ୍ଜ ବେଳେ ଦିଲୀପ ଓ ତାଙ୍କ ସାଙ୍ଗ ପୂର୍ବତନଙ୍କୁ ଦେଖା କରିବା ପାଇଁ କଏନ୍ଦିମୁଣ୍ଡା ଗାଁକୁ ଯାଇଥିଲେ। ଏ ସମ୍ପର୍କରେ ପ୍ରେମିକାଙ୍କ ପରିବାର ଲୋକେ ଜାଣିପାରି ଦିଲୀପଙ୍କୁ ଘେରି ଯାଇଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଦିଲୀପଙ୍କ ସାଙ୍ଗ ସେଠାରୁ ଚମ୍ପଟ ମାରି ପଳାଇ ଆସି ଥିଲେ। ଏପରିକି ପୂରା ଘଟଣା ଦିଲୀପଙ୍କ ପରିବାର ଲୋକଙ୍କୁ କହିଥିଲେ।

Advertisment

ପରିବାର ଲୋକେ ସଙ୍ଗେ ସଙ୍ଗେ ଖଲିଆକାନୀ ଗାଁକୁ ଯାଉଥିଲେ। ତେବେ ଗାଁ ମୁଣ୍ଡରେ ଦିଲୀପଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକେ ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପ୍ରେମିକାର ସମାଧି ପାଖରେ ନିଜକୁ ସମର୍ପି ଦେଲେ ପ୍ରେମିକ

Murder Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe