ଆସିଥିଲି ଶ୍ରୀମନ୍ଦିର, ଯାଉଛି ମୁଁ ସ୍ୱର୍ଗଦ୍ୱାର…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଇହଧାମରେ ନାହାନ୍ତି ଜଣାଣ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି। ୫୬ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ଭୁବନେଶ୍ୱରରୁ ପୈତୃକ ଗାଁ ଖଣତି ଓ ସ୍ୱର୍ଗଦ୍ୱାର, ସବୁଠି ଶେଷଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଲାଗିଥିଲା ଭିଡ଼। ଅବେଳାରେ ତାଙ୍କ ଅବର୍ତ୍ତମାନରେ ଓଡ଼ିଆ ଭଜନ ଜଗତ ଓ ଶ୍ରୋତା ସମସ୍ତେ ହୋଇଛନ୍ତି ମ୍ରିୟମାଣ। ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏଥିପାଇଁ ସେ ପୁରୀ ବେଳାଭୂମିରେ ବାଲିରେ […]

arabinda mudule

Rakesh Mallick
  • Published: Thursday, 01 March 2018
  • , Updated: 01 March 2018, 10:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଇହଧାମରେ ନାହାନ୍ତି ଜଣାଣ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି। ୫୬ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ଭୁବନେଶ୍ୱରରୁ ପୈତୃକ ଗାଁ ଖଣତି ଓ ସ୍ୱର୍ଗଦ୍ୱାର, ସବୁଠି ଶେଷଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଲାଗିଥିଲା ଭିଡ଼। ଅବେଳାରେ ତାଙ୍କ ଅବର୍ତ୍ତମାନରେ ଓଡ଼ିଆ ଭଜନ ଜଗତ ଓ ଶ୍ରୋତା ସମସ୍ତେ ହୋଇଛନ୍ତି ମ୍ରିୟମାଣ। ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏଥିପାଇଁ ସେ ପୁରୀ ବେଳାଭୂମିରେ ବାଲିରେ ନିର୍ମାଣ କରିଛନ୍ତି ଅରବିନ୍ଦ ମୁଦୁଲିଙ୍କ ପ୍ରତିମୂର୍ତ୍ତି। ଆଉ ତଳେ ଲେଖିଛନ୍ତି “ଆସିଥିଲି ଶ୍ରୀମନ୍ଦିର, ଯାଉଛି ସ୍ୱର୍ଗଦ୍ୱାର…”।

ଭକ୍ତିଭାବ ଜଣାଣରେ କୃଷ୍ଣ ବଳରାମଙ୍କୁ ବାଲି ଖେଳାଇ ଖେଳାଇ ଶେଷରେ ସଂସାର ବେଳାଭୂମୀରୁ ନିଜ ଖେଳ ସାରି ବାହୁଡି ଗଲେ କୋଟି ଓଡ଼ିଆଙ୍କ ହୃଦୟର ପ୍ରିୟ ଜଣାଣ ଗାୟକ ଅରବିନ୍ଦ ମୁଦୁଲି। ଯାହାଙ୍କ କଣ୍ଠରେ ସବୁବେଳେ ଥିଲେ ଜଗନ୍ନାଥ, ହୃଦୟରେ ଥିଲେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା। ଖାଲି ଗାଉନଥିଲେ ତ ନିଜ ଅନ୍ତରରୁ ନିସୃତ ଅନାବିଳ ଜଗନ୍ନାଥ ଭକ୍ତି ରସକୁ ନେଇ ରଚନା କରିଛନ୍ତି ଅନେକ କାଳଜୟୀ ଭଜନ। ଏମିତି ଅବେଳାରେ ତାଙ୍କ ଅବର୍ତ୍ତମାନରେ ମ୍ରିୟମାଣ ଭଜନ ଜଗତ ଓ କୋଟି କୋଟି ଜଗନ୍ନାଥ ପ୍ରେମୀ।

Related story