Advertisment

ଖୋଲିଲା ରହସ୍ୟ: ଝରାଫୁଲକୁ ଏମିତି ମର୍ଡ଼ର କରାଯାଇଥିଲା

ଯାଜପୁର(ଓଡ଼ିଶା ରିପୋର୍ଟର) ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରାଯାଇଛି। ମାମଲାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଗିରଫ ହେବା ପରେ ଏହି ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର।  ଘଟଣା ଦିନଠୁ ଅମରେଶ ଫେରାର ଥିଲା । ତାକୁ ଟ୍ରାକ୍ କରି ଧରିବାରେ ଯାଜପୁର ପୁଲିସ ସଫଳ ହୋଇଛି।  ଝରାଫୁଲ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଅମରେଶ ଗେଷ୍ଟ ହାଉସ୍‌ରେ ରଖିବା ବ୍ୟବସ୍ଥା କରିଥିଲା । ଏହାସହ ହତ୍ୟାକାଣ୍ଡରେ ସହାୟତା କରିଥିଲା । […]

author-image
Tapas Behera
ଅଦ୍ୟତନ ହୋଇଛି
ଖୋଲିଲା ରହସ୍ୟ: ଝରାଫୁଲକୁ ଏମିତି ମର୍ଡ଼ର କରାଯାଇଥିଲା

hbv

ଯାଜପୁର(ଓଡ଼ିଶା ରିପୋର୍ଟର) ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରାଯାଇଛି। ମାମଲାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଗିରଫ ହେବା ପରେ ଏହି ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର।  ଘଟଣା ଦିନଠୁ ଅମରେଶ ଫେରାର ଥିଲା । ତାକୁ ଟ୍ରାକ୍ କରି ଧରିବାରେ ଯାଜପୁର ପୁଲିସ ସଫଳ ହୋଇଛି।  ଝରାଫୁଲ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଅମରେଶ ଗେଷ୍ଟ ହାଉସ୍‌ରେ ରଖିବା ବ୍ୟବସ୍ଥା କରିଥିଲା । ଏହାସହ ହତ୍ୟାକାଣ୍ଡରେ ସହାୟତା କରିଥିଲା ।

Advertisment

ସେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁର ସାଙ୍ଗ ଓ ଉଭୟ ଗୋଟିଏ ଗାଁର।  ଅଭିଯୁକ୍ତ ମାନଙ୍କ ବିରୋଧରେ ପ୍ରମାଣ ଏକାଠି କରାଯାଉଛି।  ଏଥିପାଇଁ ଫରେନ୍ସିକ୍ ବିଭାଗର ସହାୟତା ନିଆଯାଉଥିବା ଏସ୍ପି କହିଛନ୍ତି । ଏହି ମାମଲାରେ ସଂପୃକ୍ତ ଆଉଜଣେ ଅଭିଯୁକ୍ତ ଶେଖର ଫେରାର ଅଛି। ତାକୁ ଧରିବାକୁ ପୁଲିସ ଚଢାଉ ଜାରି ରଖିଥିବା ସେ ସୂଚନା ଦେଇଛନ୍ତି ।

ଗତ ଜାନୁଆରୀ ୨୬ରେ ଭୁବନେଶ୍ୱରର ଏକ ଗେଷ୍ଟ ହାଉସରେ ଝରାଫୁଲଙ୍କ ମୃତ୍ୟୁ ହୋଇଥିଲା।  ଏହା ପରଦିନ ଝରାଫୁଲଙ୍କ ମୃତଦେହକୁ ରାକେଶ ଓ ଅମରେଶ ଏକ ସ୍କୁଟରରେ ନେଇ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ ।

Advertisment
Jharaphula Murder Case Jharaphula Death Case