Advertisment

ସୂର୍ଯ୍ୟା ହରିଜନଙ୍କୁ ମିଳିଲା ପ୍ରତିଶ୍ରୁତି, ଏବେ ଘରେ ପହଞ୍ଚିବ ପେନସନ ଟଙ୍କା

ବୃଦ୍ଧା ସୂର୍ଯ୍ୟା ହରିଜନ ପେନସନ୍‌ ଗଣ୍ଡାକ ପାଇଁ ଏକ ଚେୟାରକୁ  ଆଶାବାଡ଼ି ​​​​​​​ କରି ମାଇଲ ବାଟ ଚାଲୁଥିବା ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହେବା ପରେ ଭିଡିଓଟିକୁ ଦେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦବେଗ ପ୍ରକାଶ କରିଥିଲେ।

ଅଦ୍ୟତନ ହୋଇଛି
Bank Team

Bank Team

Advertisment

ଭିଡିଓ ଭାଇରାଲ ହେବା ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିବା ପରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ଗ୍ରାମର ବୃଦ୍ଧା ସୂର୍ଯ୍ୟା ହରିଜନଙ୍କ ଘରେ ଆଜି ପହଞ୍ଚିଥିଲା ବ୍ୟାଙ୍କ ଟିମ୍। ନବରଙ୍ଗପୁର ଏସ୍‌ବିଆଇର ଚିଫ୍ ମ୍ୟାନେଜରଙ୍କ ସହ ଏକ ଟିମ୍ ସୂର୍ଯ୍ୟାଙ୍କ ଘରକୁ ଆସି ପ୍ରତି ମାସରେ ତାଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଯାଇଛନ୍ତି। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ଏକ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି। 

Advertisment

ସୂର୍ଯ୍ୟା ହରିଜନ ପେନସନ୍‌ ଗଣ୍ଡାକ ପାଇଁ ଏକ ଚେୟାରକୁ  ଆଶାବାଡ଼ି କରି ରାସ୍ତାରେ ଯାଉଥିବାର ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହେବା ପରେ ଭିଡିଓଟିକୁ ଦେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦବେଗ ପ୍ରକାଶ କରିଥିଲେ। ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି? ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ? ଟ୍ୱିଟରରେ ଏଭଳି ପ୍ରଶ୍ନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।

ତେବେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଟ୍ୱିଟର ଜବାବ ରଖିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା ଯେ, ତୁରନ୍ତ ସମ୍ପୃକ୍ତ ବୃଦ୍ଧାଙ୍କ ପେନସନ ଟଙ୍କା ପଇଠ କରାଯାଇଛି। ଆସନ୍ତା ମାସରୁ ତାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି।

Advertisment

ବୃଦ୍ଧାଙ୍କ ଟିପ ଚିହ୍ନ ନ ମିଶିବାରୁ ଏହି ସମସ୍ୟା ଉପୁଜିଥିଲା। ଆମେ ତାଙ୍କ କଷ୍ଟ ବୁଝିପାରି ତୁରନ୍ତ ତାଙ୍କ ସମସ୍ୟାର ସମାଧାନ କରିଛୁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ। 

ନିକଟରେ ପେନସନ ଆଣିବା ପାଇଁ ପ୍ଲାଷ୍ଟିକ୍ ଚୌକିକୁ ଆଶା ବାଡ଼ି ପରି ସାହାରା କରି କୋଷେ ବାଟ ପାଦରେ ଚାଲି ଚାଲି ଝରିଗାଁ ଷ୍ଟେଟ ବ୍ୟାଙ୍କ କିଓସ୍କ ବ୍ୟାଙ୍କକୁ ଯାଇଥିଲେ ସୂର୍ଯ୍ୟା ହରିଜନ। ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ବୃଦ୍ଧାଙ୍କ ଅବସ୍ଥା ଦେଖି ତୁରନ୍ତ ୬ ମାସର ୩ ହଜାର ଟଙ୍କା ପ୍ରଦାନ କରିଥିଲେ।

SBI Bank Team FM Nirmala Sitharaman Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe