ମୋଦି ଯବାନଙ୍କ ମେଳରେ, ନବୀନ ପିଲାଙ୍କ ମେଳରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଦଳଗତ ବିଭେଦତା ଥାଇପାରେ। କିନ୍ତୁ ମୋଦିଙ୍କର ଅନେକ କାର୍ଯ୍ୟଶୈଳୀକୁ ନବୀନ ଅନୁସରଣ କରନ୍ତି।  ସାମାଜିକ ଭାବେ ଜନତାଙ୍କ ସହ ଯୋଡ଼ି ହେବା ପାଇଁ ମୋଦି ଯେଉଁ ସବୁ ଫର୍ମୁଲା ଉପଯୋଗ କରନ୍ତି ଗତ କିଛି ବର୍ଷ ହେଲା ନବୀନଙ୍କ କାର୍ଯ୍ୟକଳାପରେ ସେ ସବୁ ଚିତ୍ର ପରିଲକ୍ଷିତ ହେଉଛି। ଏହାର ଅନେକ ଉଦାହରଣ ରହିଛି। ଆଜି  ଆଲୋକର ପର୍ବ ଦୀପାବଳିକୁ ଠିକ୍‌ ମୋଦିଙ୍କ ଶୈଳୀରେ ନବୀନ […]

top

Tapas Behera
  • Published: Sunday, 27 October 2019
  • , Updated: 27 October 2019, 04:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଦଳଗତ ବିଭେଦତା ଥାଇପାରେ। କିନ୍ତୁ ମୋଦିଙ୍କର ଅନେକ କାର୍ଯ୍ୟଶୈଳୀକୁ ନବୀନ ଅନୁସରଣ କରନ୍ତି।  ସାମାଜିକ ଭାବେ ଜନତାଙ୍କ ସହ ଯୋଡ଼ି ହେବା ପାଇଁ ମୋଦି ଯେଉଁ ସବୁ ଫର୍ମୁଲା ଉପଯୋଗ କରନ୍ତି ଗତ କିଛି ବର୍ଷ ହେଲା ନବୀନଙ୍କ କାର୍ଯ୍ୟକଳାପରେ ସେ ସବୁ ଚିତ୍ର ପରିଲକ୍ଷିତ ହେଉଛି।

ଏହାର ଅନେକ ଉଦାହରଣ ରହିଛି। ଆଜି  ଆଲୋକର ପର୍ବ ଦୀପାବଳିକୁ ଠିକ୍‌ ମୋଦିଙ୍କ ଶୈଳୀରେ ନବୀନ ପାଳିବାକୁ ସ୍ଥିର କରିଛନ୍ତି। ନବୀନ ଆଜି ପିଲାଙ୍କ ସହ ଦୀପାବଳି ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀପାବଳି ପାଳିବାକୁ ଏସ୍‌ଓଏସ୍‌ ଭିଲେଜ୍ ଯିବେ ମୁଖ୍ୟମନ୍ତ୍ରୀ। ପିଲାଙ୍କ ସହ ଦୀପାବଳି ପାଳିବେ ନବୀନ। ଚାଇଲ୍ଡ କେୟାର ପ୍ରତିଷ୍ଠାନକୁ ଯାଇ CS, DC ଓ APC ଦୀପାବଳି ପାଳିବେ।

ଚାଇଲ୍ଡ କେୟାର ପ୍ରତିଷ୍ଠାନରେ ମଧ୍ୟ ସବୁ ଜିଲ୍ଲାପାଳ ଦୀପାବଳି ପାଳିବେ। ସେହିପରି ଯବାନଙ୍କ ଗହଣରେ ଦୀପାବଳି ପାଳିବାକୁ DGP, ସମସ୍ତ SPଙ୍କୁ ପରାମର୍ଶ ଦେଇଛନ୍ତି ନବୀନ। ଯବାନଙ୍କ ପରିବାରବର୍ଗଙ୍କ ସହ ଦୀପାବଳି ପାଳିବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ହେବାଠାରୁ ମୋଦି ଏହି ପର୍ବକୁ ସୀମାକୁ ଯାଇ ଯବାନଙ୍କ ସହ ପାଳି ଆସୁଛନ୍ତି। ଆଜି ବି ଠିକ୍‌ ସେମିତି ସେ କଶ୍ମୀରରେ ଦୀପାବଳି ପାଳିବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ ଉତ୍ତରାଖଣ୍ଡଠାରେ ଲାଗିଥିବା ସୀମାରେ ଦୀପାବଳି ଉତ୍ସବ ପାଳିଥିଲେ ମୋଦି।

Related story