ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ବତୀ ଘୋଷଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ

Ordigital Desk
  • Published: Monday, 12 February 2018
  • , Updated: 12 February 2018, 02:07 PM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବର୍ଷିୟାନ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ଶେଷକୃତ୍ୟ । ପାର୍ବତୀ ଘୋଷଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।</p> <p>ମୁଖ୍ୟମନ୍ତ୍ରୀ କହିଛନ୍ତି,- &ldquo;ପାର୍ବତୀ ଘୋଷଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ପ୍ରାରମ୍ଭିକ କାଳରେ ସେ ଏକାକି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ନୂଆ ସୋପାନକୁ ନେଇପାରିଥିଲେ। ସେ ନାରୀ ସଶକ୍ତିରଣର ଜଣେ ପ୍ରତୀକ ଥିଲେ।&rdquo;</p> <p>ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନକୁ ଯାଇ ପାର୍ବତୀ ଘୋଷଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି। ଓଲିଉଡ୍&zwnj;ର ବହୁ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ତାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି।</p> <p>ଗତକାଲି ରାତିରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଅଭିନେତ୍ରୀ ପାର୍ବତୀ ଘୋଷ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।</p>

Related story