ମହାନଦୀକୁ ପାଣି ବନ୍ଦ କରିଛି ବିଜେପି ସରକାର: ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କରିଛି ବିଜେପି ସରକାର।  ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର ମହାନଦୀକୁ ପାଣି ବନ୍ଦ କରିଛନ୍ତି। ଏପରି କିଛି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀକୁ ନେଇ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ଦଳର ମହାସମ୍ମିଳନୀରେ ଏକଥା କହିଛନ୍ତି ନବୀନ।

ଏଥିସହ ମହାନଦୀକୁ ବଞ୍ଚାଇବା ଲାଗି ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ। ସେ କହିଛନ୍ତି, “ଛତିଶଗଡ଼ ପାଣି ନ ଛାଡ଼ିବାରୁ ମହାନଦୀ ଶୁଖି ଯିବାକୁ ବସିଲାଣି ଓ ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିରେ ଆମକୁ ସହଯୋଗ କଲେନି। ଶେଷରେ ସୁପ୍ରିମପୋର୍ଟ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେଲେ। ଦଳୀୟ କର୍ମୀ ଲୋକଙ୍କ ପାଖକୁ ଯାଇ ଏକଥା ବୁଝାନ୍ତୁ।”

ମହାନଦୀ ପାଇଁ ୨ୟ ପର୍ଯ୍ୟାୟ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଛି ବିଜେଡି। ଏହି ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାଂସଦ, ବିଧାୟକ, ମ୍ୟୁନିସପାଲିଟି ଚେୟାରମ୍ୟାନଙ୍କ ସମେତ ୧୫ଟି ଜିଲ୍ଲାରୁ ଜନ ପ୍ରତିନିଧିମାନେ ଯୋଗଦେଇଥିଲେ।

Ordigital Desk
• Published: Sunday, 22 April 2018
• Updated: 22 April 2018, 04:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କରିଛି ବିଜେପି ସରକାର।  ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର ମହାନଦୀକୁ ପାଣି ବନ୍ଦ କରିଛନ୍ତି। ଏପରି କିଛି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀକୁ ନେଇ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ଦଳର ମହାସମ୍ମିଳନୀରେ ଏକଥା କହିଛନ୍ତି ନବୀନ।

ଏଥିସହ ମହାନଦୀକୁ ବଞ୍ଚାଇବା ଲାଗି ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ। ସେ କହିଛନ୍ତି, “ଛତିଶଗଡ଼ ପାଣି ନ ଛାଡ଼ିବାରୁ ମହାନଦୀ ଶୁଖି ଯିବାକୁ ବସିଲାଣି ଓ ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିରେ ଆମକୁ ସହଯୋଗ କଲେନି। ଶେଷରେ ସୁପ୍ରିମପୋର୍ଟ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେଲେ। ଦଳୀୟ କର୍ମୀ ଲୋକଙ୍କ ପାଖକୁ ଯାଇ ଏକଥା ବୁଝାନ୍ତୁ।”

ମହାନଦୀ ପାଇଁ ୨ୟ ପର୍ଯ୍ୟାୟ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଛି ବିଜେଡି। ଏହି ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାଂସଦ, ବିଧାୟକ, ମ୍ୟୁନିସପାଲିଟି ଚେୟାରମ୍ୟାନଙ୍କ ସମେତ ୧୫ଟି ଜିଲ୍ଲାରୁ ଜନ ପ୍ରତିନିଧିମାନେ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos