ଚର୍ଚ୍ଚାରେ ଥିଲେ ପୁତୁରା , ପୂର୍ଣ୍ଣଚ୍ଛେଦ ପକାଇଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋ ପରିବାରରୁ କେହି ବି ରାଜନୀତିକୁ ଆସିବେ ନାହିଁ । ଲୋକେ ସେମାନଙ୍କ ନେତା ବାଛିବେ।  ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏକ ଇଂରାଜୀ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେଇ ନବୀନ ଏହା କହିଛନ୍ତି। ଗତକାଲି ମଧ୍ୟ ଏକ ଇଂରାଜୀ ନ୍ୟୁଜ୍‌ଚାନେଲକୁ ସାକ୍ଷାତକାର ଦେଇ ଏ ସଂପର୍କରେ ମତ ରଖିଥିଲେ ନବୀନ । ସେ କହିଥିଲେ ବିଜେଡିରୁ ହିଁ ହେବେ ପରବର୍ତ୍ତୀ ଉତ୍ତରାଧିକାରୀ।  ଲୋକେ ହିଁ ତାଙ୍କ ଉତ୍ତରାଧିକାରୀ ବାଛିବେ। ତେବେ ପରିବାରରୁ […]

naveen-8

Tapas Behera
  • Published: Tuesday, 28 May 2019
  • , Updated: 28 May 2019, 11:00 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋ ପରିବାରରୁ କେହି ବି ରାଜନୀତିକୁ ଆସିବେ ନାହିଁ । ଲୋକେ ସେମାନଙ୍କ ନେତା ବାଛିବେ।  ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏକ ଇଂରାଜୀ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେଇ ନବୀନ ଏହା କହିଛନ୍ତି। ଗତକାଲି ମଧ୍ୟ ଏକ ଇଂରାଜୀ ନ୍ୟୁଜ୍‌ଚାନେଲକୁ ସାକ୍ଷାତକାର ଦେଇ ଏ ସଂପର୍କରେ ମତ ରଖିଥିଲେ ନବୀନ ।

ସେ କହିଥିଲେ ବିଜେଡିରୁ ହିଁ ହେବେ ପରବର୍ତ୍ତୀ ଉତ୍ତରାଧିକାରୀ।  ଲୋକେ ହିଁ ତାଙ୍କ ଉତ୍ତରାଧିକାରୀ ବାଛିବେ। ତେବେ ପରିବାରରୁ କେହି ରାଜନୀତିକୁ ଆସିବେ ନାହିଁ ବୋଲି ନବୀନଙ୍କ ଆଜିର ପ୍ରତିକ୍ରିୟା ପରେ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ରାଜନୀତିକୁ ଆସିବା ନେଇ  କଳ୍ପନାକଳ୍ପନାରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡିଛି। ନବୀନଙ୍କ କହିବା ଅନୁଯାୟୀ ବିଜେଡିରୁ କିଏ ଉତ୍ତରାଧିକାରୀ ହେବେ, ତାହା ସ୍ପଷ୍ଟ ହୋଇନାହିଁ।

ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଉଭୟ ହିଞ୍ଜିଳି ଏବଂ ବିଜେପୁରରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ତେବେ କେଉଁ ଆସନ ସେ ଛାଡିବେ, ତାହା ସ୍ଥିର କରିନଥିବା ନବୀନ କହିଛନ୍ତି ।

Related story