ନିର୍ମାଣାଧୀନ ସିଆର୍‌ପିଏଫ୍ କ୍ୟାମ୍ପ୍ ଉଡ଼ାଇ ଦେଲେ ନକ୍ସଲ

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲାରେ ଆଜି ନକ୍ସଲମାନେ ହିଂସାକାଣ୍ଡ ଘଟାଇଛନ୍ତି। ସେମାନେ ଲାଞ୍ଜିଗଡ଼ ବ୍ଲକ୍‌ର ତ୍ରିଲୋଚନପୁରରେ ନିର୍ମାଣାଧୀନ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଉଡ଼ାଇ ଦେଇଛନ୍ତି। ଆଜି ସକାଳେ ନକ୍ସଲମାନେ ଏହି ହିଂସାକାଣ୍ଡ ଘଟାଇଥିବା ବେଳେ ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଏହି ନିର୍ମାଣାଧୀନ ସିଆର୍‌ପିଏଫ୍ କ୍ୟାମ୍ପକୁ ମାଓବାଦୀମାନେ ଟାର୍ଗେଟ କରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବୋଗାପଦର ପାହାଡ଼ରେ ଗତକାଲି ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ […]

naxal

Jitendra Garnayak
  • Published: Sunday, 12 May 2019
  • , Updated: 12 May 2019, 11:18 AM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲାରେ ଆଜି ନକ୍ସଲମାନେ ହିଂସାକାଣ୍ଡ ଘଟାଇଛନ୍ତି। ସେମାନେ ଲାଞ୍ଜିଗଡ଼ ବ୍ଲକ୍‌ର ତ୍ରିଲୋଚନପୁରରେ ନିର୍ମାଣାଧୀନ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଉଡ଼ାଇ ଦେଇଛନ୍ତି।

ଆଜି ସକାଳେ ନକ୍ସଲମାନେ ଏହି ହିଂସାକାଣ୍ଡ ଘଟାଇଥିବା ବେଳେ ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଏହି ନିର୍ମାଣାଧୀନ ସିଆର୍‌ପିଏଫ୍ କ୍ୟାମ୍ପକୁ ମାଓବାଦୀମାନେ ଟାର୍ଗେଟ କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବୋଗାପଦର ପାହାଡ଼ରେ ଗତକାଲି ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଜଣ ଏସ୍‌ଓଜି ଯବାନ ଗୁରୁତର ଆହତ ହୋଇଥିଲେ। ସେହିପରି ୪ ଦିନ ପୂର୍ବେ କୋରାପୁଟ ଜିଲ୍ଲାରେ ଆନ୍ଧ୍ର ପ୍ରଦେଶ ସୀମାକୁ ଲାଗି ରହିଥିବା କିଟୁଆକାନ୍ତି ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରରେ ୫ ଜଣ ନକ୍ସଲ ନିହତ ହୋଇଥିଲେ।

Related story