ଆଉ ଖେଳିବେନି ରକ୍ତର ହୋଲି, ରକ୍ଷା ବନ୍ଧନରେ ଭଉଣୀକୁ କଥା ଦେଲେ ଭାଇ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଭଉଣୀର ରାକ୍ଷୀ ଆଗରେ ହାର ମାନିଲା ହିଂସାର ରାସ୍ତା। ଭଉଣୀକୁ ରାକ୍ଷୀ ପୂର୍ଣ୍ଣିମାରେ ନିଆରା ଉପହାର ହେଇଛି ଭାଇ। ଉଭଣୀର କଥା ମାନି ରକ୍ତପାତର ରାସ୍ତା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ଜଣେ ଦୁର୍ଦ୍ଦାନ୍ତ ନକ୍ସଲ। ଏହି ଘଟଣା ହେଉଛି ଛତିଶଗଡ଼ ଦାନ୍ତେଓ୍ୱାଡ଼ା ଅଞ୍ଚଳର। ଦୁର୍ଦ୍ଦାନ୍ତ ନକ୍ସଲ ମାଲା। ତାଙ୍କ ନାଁରେ ଅନେକ ମାମଲା ରହିଛି। ଆଜି ରକ୍ଷା ବନ୍ଧନ ଥିବାରୁ ସେ ତାଙ୍କ ଭଉଣୀଙ୍କ ପାଖକୁ […]

malkangiri

malkangiri

Manoranjan Sial
  • Published: Monday, 03 August 2020
  • Updated: 03 August 2020, 07:49 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଭଉଣୀର ରାକ୍ଷୀ ଆଗରେ ହାର ମାନିଲା ହିଂସାର ରାସ୍ତା। ଭଉଣୀକୁ ରାକ୍ଷୀ ପୂର୍ଣ୍ଣିମାରେ ନିଆରା ଉପହାର ହେଇଛି ଭାଇ। ଉଭଣୀର କଥା ମାନି ରକ୍ତପାତର ରାସ୍ତା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ଜଣେ ଦୁର୍ଦ୍ଦାନ୍ତ ନକ୍ସଲ। ଏହି ଘଟଣା ହେଉଛି ଛତିଶଗଡ଼ ଦାନ୍ତେଓ୍ୱାଡ଼ା ଅଞ୍ଚଳର।

ଦୁର୍ଦ୍ଦାନ୍ତ ନକ୍ସଲ ମାଲା। ତାଙ୍କ ନାଁରେ ଅନେକ ମାମଲା ରହିଛି। ଆଜି ରକ୍ଷା ବନ୍ଧନ ଥିବାରୁ ସେ ତାଙ୍କ ଭଉଣୀଙ୍କ ପାଖକୁ ଆସିଥିଲେ। ରାକ୍ଷୀ ବାନ୍ଧିବା ପରେ ଉପହାର ମାଗିବାକୁ କହିଥିଲା ମାଲା। ଭଉଣୀ କହିଥିଲେ, “ଭାଇ ଯଦି ଉପହାର ଦେବାକୁ ଚାହୁଁଛୁ, ତେବେ ଏହି ହିଂସାର ବାଟ ଛାଡ଼ି ଦେ’। କଣ ମିଳୁଛି ସେହି ରକ୍ତପାତରୁ।” ଉଭଣୀର ସ୍ନେହ ଆଗରେ ହାର ମାନିଥିଲା ଲାଲ୍ ହିଂସା।  ଶେଷରେ ମାଲା ଦାନ୍ତେଓ୍ୱାଡ଼ା ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ମାଲା।

ବିଭିନ୍ନ ହିଂସା ପାଇଁ ମାଲା ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ସରକାର। ଏସ୍‌ ଅଭିଷେକ ପଲ୍ଲବ କହିଛନ୍ତି, ମାଲା ପାଇଁ ପୁନର୍ବାସ ଓ ଥଇଥାନ ଯୋଜନାରେ ସବୁ ସୁବିଧା ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos