ଏବେ ଓଡ଼ିଶାର ମାତ୍ର ୫ଟି ଜିଲ୍ଲା ନକ୍ସଲ ପ୍ରଭାବିତ: ମୁଖ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲ କାର୍ଯ୍ୟକଳାପ ନିୟନ୍ତ୍ରଣନ କରିବା କ୍ଷେତ୍ରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି ଓ ରାଜ୍ୟର ମାତ୍ର ୫ଟି ଜିଲ୍ଲା ଏବେ ନକ୍ସଲ ପ୍ରଭାବିତ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି। ଏବେ କେବଳ କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଉପସ୍ଥିତି ଥିବା ଜଣାପଡ଼ିଛି। ରାଜ୍ୟରେ ନକ୍ସଲ ଗତିବିଧିର ସମୀକ୍ଷା ପାଇଁ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ […]

asit

Manoranjan Sial
  • Published: Thursday, 22 August 2019
  • , Updated: 22 August 2019, 10:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲ କାର୍ଯ୍ୟକଳାପ ନିୟନ୍ତ୍ରଣନ କରିବା କ୍ଷେତ୍ରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି ଓ ରାଜ୍ୟର ମାତ୍ର ୫ଟି ଜିଲ୍ଲା ଏବେ ନକ୍ସଲ ପ୍ରଭାବିତ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି। ଏବେ କେବଳ କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଉପସ୍ଥିତି ଥିବା ଜଣାପଡ଼ିଛି।

ରାଜ୍ୟରେ ନକ୍ସଲ ଗତିବିଧିର ସମୀକ୍ଷା ପାଇଁ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟର ୧୫ଟି ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରୁ ୧୦ଟି ଜିଲ୍ଲାକୁ ନକ୍ସଲଙ୍କ ପ୍ରଭାବରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ କରାଯାଇଛି। କ୍ରମାଗତ ପ୍ରତିକାରାତ୍ମକ ପଦକ୍ଷେପ ଓ ସଠିକ୍ ଗୁଇନ୍ଦା ତଥ୍ୟ ଆଧାରରେ କାର୍ଯ୍ୟକ୍ରମ ହାତକୁ ନିଆଯିବା ଫଳରେ ଏହି ସଫଳତା ମିଳିପାରିଛି। ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶାରୁ ନକ୍ସଲଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ଆସନ୍ତା ୨୬ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ନୂଆଦିଲ୍ଲୀରେ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ।

ବିକାଶମୂଳକ କାର୍ଯ୍ୟକ୍ରମର ତ୍ୱରାନ୍ୱିତ କାର୍ଯ୍ୟାନ୍ୱୟନ ମାଧ୍ୟମରେ ନକ୍ସଲଙ୍କ ଗତିବିଧିକୁ ନିୟନ୍ତ୍ରଣ ଓ ମୂଳପୋଛ କରାଯାଇପାରିବ। ଏଥିପାଇଁ ଆଦିବାସୀ ବହୁଳ ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନ ବଳରେ ଆଦିବାସୀମାନଙ୍କୁ ପଟ୍ଟା ବଣ୍ଟନ, ଏକଲବ୍ୟ ଆବାସିକ ସ୍କୁଲ ସ୍ଥାପନ, ଦକ୍ଷତା ବିକାଶ, ସଡ଼କ ନିର୍ମାଣ, ମୋବାଇଲ ଟାୱାର ନିର୍ମାଣ, ବ୍ୟାଙ୍କ ପ୍ରତିଷ୍ଠା ଓ ଡାକ ସେବା ଯୋଗାଣ ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଛି।

Related story