Advertisment

ଧରାପଡ଼ିଲା ସଇତାନ !

ବାଲୁଗାଁ(ଓଡ଼ିଶା ରିପୋର୍ଟର) ଉଦ୍ଧାର ହେଲେ ଅପହୃତା ନାବାଳିକା। ଦୀର୍ଘ ୨ ମାସ ଧରି ଅପହୃତ ହେବା ପରେ ଉତ୍ତରପ୍ରଦେଶରୁ ତାଙ୍କୁ ଉଦ୍ଧାର କରିଛି ବାଣପୁର ପୁଲିସ। ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଓ ବାଣପୁରର ଏକ ଟିମ୍‌ ଉତ୍ତରପ୍ରଦେଶ ଯାଇ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର ଅବିନାଶ ସିଂ। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଞ୍ଚଳର ସୁକାନ୍ତି ବେହେରାଙ୍କ ଝିଅ ଗତ […]

ଅଦ୍ୟତନ ହୋଇଛି
ଧରାପଡ଼ିଲା ସଇତାନ !

hgvb

Advertisment

ବାଲୁଗାଁ(ଓଡ଼ିଶା ରିପୋର୍ଟର) ଉଦ୍ଧାର ହେଲେ ଅପହୃତା ନାବାଳିକା। ଦୀର୍ଘ ୨ ମାସ ଧରି ଅପହୃତ ହେବା ପରେ ଉତ୍ତରପ୍ରଦେଶରୁ ତାଙ୍କୁ ଉଦ୍ଧାର କରିଛି ବାଣପୁର ପୁଲିସ। ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଓ ବାଣପୁରର ଏକ ଟିମ୍‌ ଉତ୍ତରପ୍ରଦେଶ ଯାଇ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର ଅବିନାଶ ସିଂ।

Advertisment

ସୂଚନା ଅନୁଯାୟୀ, ଖୋର୍ଦ୍ଧାଜିଲ୍ଲାର ବାଣପୁର ଥାନା ଅଞ୍ଚଳର ସୁକାନ୍ତି ବେହେରାଙ୍କ ଝିଅ ଗତ ଫେବୃଆରୀ ୪ ତାରିଖରେ ଟ୍ୟୁସନ ଯାଇ ଆଉ ଫେରି ନଥିଲେ।  ପରିବାର ଲୋକେ ଖୋଜାଖୋଜି ପରେ ନପାଇବାରୁ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ପରେ ଝିଅକୁ ଖୋଜିବା ପାଇଁ ପରିବାର ଲୋକେ ଥାନାକୁ ବାରମ୍ବାର ଧାଇଁଥିଲେ।  ତେବେ ନିଖୋଜ ମାମଲାର ପ୍ରାୟ ୨ ମାସ ପରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ନିଖୋଜ ନାବାଳିକା ଜଣକ ତାଙ୍କୁ ଅପହରଣ କରାଯାଇ ରଖାଯାଇଥିବା କହିବା ସହ ତାଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି। ଏମିତିକି  ଭାଇ ମୋତେ ଏଠାରୁ ନେଇ ଯାଅ। ମୋତେ ବଞ୍ଚାଅ ।

ମୁଁ ଏଠି ରହିପାରିବିନି। ସେମାନେ ମୋତେ ବହୁତ କଷ୍ଟ ଦେଉଛନ୍ତି। ଏମିତି ଉକ୍ତ ଭିଡିଓରେ ନାବାଳିକା ଜଣକ ନିର୍ଯାତନାର କରୁଣ କାହାଣୀ ବଖାଣୁ ଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ଏ ସମ୍ପର୍କରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ‌ କହିଥିଲେ ଯେ ଉକ୍ତ ନାବାଳିକା ରହିଥିବା ସ୍ଥାନ ଉତ୍ତରପ୍ରଦେଶର ଆହ୍ଲାବାଦର  ଚିହ୍ନଟ ହୋଇଛି। ଖୁବ୍‌ଶୀଘ୍ର ପୁଲିସର ଏକ ଟିମ୍‌ ଯାଇ ତାଙ୍କୁ ଉଦ୍ଧାର କରିବ। ଏବେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏକ ଟିମ୍ ଯାଇ ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରିଛି।

Advertisment
Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe