ନିୟମଗିରି ଘାଟି ରାସ୍ତା ନିର୍ମାଣକୁ ଡଙ୍ଗରିଆ କନ୍ଧଙ୍କ ବିରୋଧ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରିର ଘାଟି ଉପରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ ହୋଇଥିବା ବେଳେ ଏହାକୁ ଡଙ୍ଗରିଆ କନ୍ଧଙ୍କ ପକ୍ଷରୁ ବିରୋଧ କରାଯାଇଛି। ରାଜ୍ୟ ମାନବ ଅଧିକାର କମିସନଙ୍କ ନିକଟରେ ଡଙ୍ଗରିଆ କନ୍ଧଙ୍କ ପକ୍ଷରୁ ଏନେଇ ଅଭିଯୋଗ କରାଯାଇଛି। ନିୟମଗିରି ସୁରକ୍ଷା ମଞ୍ଚ ସଭାପତି ସିକ୍‌କା ଲଦ୍‌ କହିଛନ୍ତି, “ବଡ ବଡ ଗଛକୁ ଯନ୍ତ୍ର ଲଗାଇ କାଟି ଦିଆଯାଉ ଥିବାରୁ ଆମେ ପଞ୍ଚାୟତ ଅଫିସ୍‌କୁ ଆସିଥିଲୁ। […]

lada

Rakesh Mallick
  • Published: Wednesday, 06 July 2016
  • , Updated: 06 July 2016, 05:19 PM IST

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରିର ଘାଟି ଉପରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ ହୋଇଥିବା ବେଳେ ଏହାକୁ ଡଙ୍ଗରିଆ କନ୍ଧଙ୍କ ପକ୍ଷରୁ ବିରୋଧ କରାଯାଇଛି। ରାଜ୍ୟ ମାନବ ଅଧିକାର କମିସନଙ୍କ ନିକଟରେ ଡଙ୍ଗରିଆ କନ୍ଧଙ୍କ ପକ୍ଷରୁ ଏନେଇ ଅଭିଯୋଗ କରାଯାଇଛି।

ନିୟମଗିରି ସୁରକ୍ଷା ମଞ୍ଚ ସଭାପତି ସିକ୍‌କା ଲଦ୍‌ କହିଛନ୍ତି, “ବଡ ବଡ ଗଛକୁ ଯନ୍ତ୍ର ଲଗାଇ କାଟି ଦିଆଯାଉ ଥିବାରୁ ଆମେ ପଞ୍ଚାୟତ ଅଫିସ୍‌କୁ ଆସିଥିଲୁ। ଆମର ରାସ୍ତା ତିଆରି କରିବାର ଇଚ୍ଛା ନାହିଁ। ଯିଏ ବି ରାସ୍ତା ତିଆରି କରିବ ଆମେ ତାକୁ ବିରୋଧ କରିବୁ। ଆମ ଡଙ୍ଗରକୁ କାଟି ସଫା କରି ରାସ୍ତା ତିଆରି କରାଗଲେ ଆମର କ’ଣ ଲାଭ ହେବ। ବେଆଇନ ଭାବେ ଏହି ରାସ୍ତା ତିଆରି କରାଯିବା ସହ ଆମ ପ୍ରତି ଅବିଚାର କରାଯାଉଛି।”

ରାୟଗଡ଼ା ଉପ ଜିଲାପାଳ ମୂରଲୀଧର ସ୍ୱାଇଁ କହିଛନ୍ତି, “ଅଞ୍ଚଳର ବିକାଶ ନେଇ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ସିକ୍‌କା ଲଦ୍‌ ରାଜ୍ୟ ମାନବ ଅଧିକାରଙ୍କ ଦ୍ୱାରସ୍ତ ହୋଇଥିଲେ। ଏହାକୁ ଆଧାର କରି ଅଞ୍ଚଳରେ ରାସ୍ତା ନିର୍ମାଣଠାରୁ ଅନ୍ୟ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ମାତ୍ର ତାଙ୍କ କିଏ ଏ ନେଇ ଭୁଲ ତଥ୍ୟ ଦେଇଥିବାରୁ ଡଙ୍ଗରିଆ କନ୍ଧମାନେ ଏହି କାର୍ଯ୍ୟକୁ ବିରୋଧ କରିଛନ୍ତି।”

ସୂଚନାଯୋଗ୍ୟ, ପାରସାଲିଠାରୁ ଘାଟି ଉପର ୧୦ କି.ମି. ଗୁମ୍ମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଆରମ୍ୱ ହୋଇଛି। ଏଥିପାଇଁ ୨କୋଟି ୯୫ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପୂର୍ବରୁ ମାଓବାଦୀଙ୍କ ବିରୋଧ ଯୋଗୁଁ ବାରମ୍ୱାର ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିଥିଲା।

Related story