ସତରେ କ’ଣ ଚିକିତ୍ସା ଅବହେଳାରୁ ମରିଗଲେ ଝୁନୁ ?

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାୟଳରେ ଡାକ୍ତରଙ୍କ ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଝୁନୁ ମୁଣ୍ଡା। ହେଲେ ଡାକ୍ତର ଏହାକୁ ଅସ୍ୱୀକାର କରିଛନ୍ତି। ଡାକ୍ତରଙ୍କ ମତରେ ମହିଳା ମୃତ୍ୟୁ ଘଟି ସାରିଥିଲା। ଏଣୁ ଡାକ୍ତରଙ୍କ ଆଉ କିଛି କରିବାର ନ ଥିଲା। ବାଂଶପାଳ ବ୍ଲକ ଶୁଆକାଠି ପଞ୍ଚାୟତର କାଉଁରିକଳା ଗାଁର ଯୋଗେନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ଝୁନୁଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତକାଲି ରାତି ପ୍ରାୟ ୧୦ ଟାରେ […]

455uuii

Tapaswini Nayak
  • Published: Tuesday, 04 December 2018
  • , Updated: 04 December 2018, 02:16 PM IST

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାୟଳରେ ଡାକ୍ତରଙ୍କ ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଝୁନୁ ମୁଣ୍ଡା। ହେଲେ ଡାକ୍ତର ଏହାକୁ ଅସ୍ୱୀକାର କରିଛନ୍ତି। ଡାକ୍ତରଙ୍କ ମତରେ ମହିଳା ମୃତ୍ୟୁ ଘଟି ସାରିଥିଲା। ଏଣୁ ଡାକ୍ତରଙ୍କ ଆଉ କିଛି କରିବାର ନ ଥିଲା।

ବାଂଶପାଳ ବ୍ଲକ ଶୁଆକାଠି ପଞ୍ଚାୟତର କାଉଁରିକଳା ଗାଁର ଯୋଗେନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ଝୁନୁଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତକାଲି ରାତି ପ୍ରାୟ ୧୦ ଟାରେ ପରିବାର ଲୋକେ ଆଶା ଦିଦିଙ୍କୁ ଫୋନ କରିଥିଲେ। ହେଲେ ଆଶା ଦିଦି ତାଙ୍କୁ ସହାୟତା କରିବା ପରିବର୍ତ୍ତେ ଅଟୋ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯିବାକୁ ଯୋଗେନ୍ଦ୍ରଙ୍କୁ କହିଥିଲେ। ଯୋଗେନ୍ଦ୍ର ବହୁ କଷ୍ଟରେ ଅଟୋ ଯୋଗାଡ଼ କରି ରାତି ପ୍ରାୟ ଗୋଟାଏରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ହେଲେ ଅଧଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ପ୍ରସୂତିଙ୍କ ଚିକିତ୍ସା ହୋଇ ନ ଥିଲା ଫଳରେ ଝୁନୁଙ୍କ ମୃତ୍ୟୁ ହୋଇଥିଲା ବୋଲି ସ୍ୱାମୀ ଅଭିଯୋଗ କରିଛନ୍ତି।

ଅନ୍ୟ ପକ୍ଷରେ ଯୋଗେନ୍ଦ୍ରଙ୍କ ଅଭିଯୋଗକୁ ଡାକ୍ତର ଖଣ୍ଡନ କରିଛନ୍ତି। ଏଠାରେ ପହଞ୍ଚିବା ବେଳକୁ ଝୁନୁ ମୃତ୍ୟୁବରଣ କରି ସାରିଥିଲେ ବୋଲି ଡାକ୍ତର କହିଛନ୍ତି।

https://youtu.be/QX3pWKJDYjc

Related story