ଗୋ’ଶାଳା ଉଦ୍ଘାଟନ କଲେ ନେପାଳ ରାଜା
- Published: Wednesday, 07 February 2018
- , Updated: 07 February 2018, 09:06 PM IST
<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ। ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ନରେଶ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଫୁଲଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ଓଡ଼ିଶାରେ ପ୍ରଥମ କାର୍ଯ୍ୟକ୍ରମ ଭାବେ ଅପରାହ୍ଣରେ ଜଟଣୀ ଗଡ଼ରଥିପୁରରରେ ଆନ୍ତର୍ଜାତିକ ଗୋ’ ସମ୍ବର୍ଦ୍ଧନା ମହୋତ୍ସବରେ ଯୋଗ ଦେଇଥିଲେ। ବିଶ୍ୱ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଦେବା ସହ ଗାଈଙ୍କ ପାଇଁ ଉଦ୍ଦିଷ୍ଟ ଗୋ’ଶାଳା ଉଦ୍‌ଘାଟନ କରିଥିଲେ। ଏହାପରେ ନେପାଳ ନରେଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ।</p>
<p>ଆସନ୍ତାକାଲି ସେ ଲିଙ୍ଗରାଜ ମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିବେ। ଶୁକ୍ରବାର ଦିନ ସେ ପୁରୀ ଯାଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।</p>