ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଯାଜପୁର(ଓଡ଼ିଶା ରିପୋର୍ଟର): ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ସୁଆଁସାହି ନିକଟସ୍ଥ ଜାତୀୟ ରାଜପଥ କଡ଼ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ କେହି ଏକ କପଡ଼ାରେ ଗୋଡ଼ାଇ ରାସ୍ତାକଡ଼ରେ ରଖି ଚାଲିଯାଇଥିଲା। ଗତକାଲି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ସେହି ବାଟ ଦେଇ ଯାଉଥିବା ବେଳେ ଶିଶୁଟିକୁ ଦେଖିଥିଲେ। ପରେ ତାକୁ ଘରକୁ ନେଇ ଆସିଥିଲେ। ଶିଶୁର ମୁହଁରେ କପଡ଼ା ଗୋଡ଼ାଇ ହୋଇଥିବା ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।</p> <p>ଶିଶୁ କନ୍ୟାଟି ପାଖରେ ରଖିଥିବା ବନିତା ମଳିକ କହିଛନ୍ତି,- “ମୋ ଶାଶୂ ଶିଶୁଟିକୁ ରାସ୍ତାକଡ଼ରୁ ପାଇଥିଲେ। ଆମେ ତାକୁ ପାଳିବୁ। ଝିଅ ପିଲା ବୋଲି କ’ଣ ଫୋପାଡ଼ି ଦେବୁ?”</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।