Advertisment

ଆଖି ବୁଜିଲା ଶ୍ମଶାନରେ ଚେଇଁ ଉଠିଥିବା ଶିଶୁ

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଗତକାଲି ଡାକ୍ତରଖାନାରେ ମୃତ ଘୋଷିତ ଶିଶୁ ଶ୍ମଶାନରେ ଚେଇଁ ଉଠିବା ପରେ ଆଜି କିନ୍ତୁ ତାକୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ଗତକାଲି ଏପରି ଅଭାବନୀୟ ଘଟଣା ଘଟିଥିଲା।  ଶେଷକୃତ ପାଇଁ ଶିଶୁକୁ ଶ୍ମଶାନକୁ ନିଆଯାଇଥିବ ବେଳେ ଶିଶୁଟି କାନ୍ଦିବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର। ଫଳରେ ଶିଶୁଟି ବଞ୍ଚିଯିବ ବୋଲି […]

ଅଦ୍ୟତନ ହୋଇଛି
ୟୁଟ୍ୟୁବ୍‌ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ନାବାଳିକା

Child

Advertisment

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଗତକାଲି ଡାକ୍ତରଖାନାରେ ମୃତ ଘୋଷିତ ଶିଶୁ ଶ୍ମଶାନରେ ଚେଇଁ ଉଠିବା ପରେ ଆଜି କିନ୍ତୁ ତାକୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ଗତକାଲି ଏପରି ଅଭାବନୀୟ ଘଟଣା ଘଟିଥିଲା।  ଶେଷକୃତ ପାଇଁ ଶିଶୁକୁ ଶ୍ମଶାନକୁ ନିଆଯାଇଥିବ ବେଳେ ଶିଶୁଟି କାନ୍ଦିବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର। ଫଳରେ ଶିଶୁଟି ବଞ୍ଚିଯିବ ବୋଲି ଆଶା ରଖିଥିବା ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି।

Advertisment

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ରାଇମଣି ମୁଣ୍ଡା ଓ ସୁନିଆ ମୁଣ୍ଡାଙ୍କର ଏକ ଶିଶୁ ଜନ୍ମ ହୋଇଥିଲା। ହେଲେ ମେଡିକାଲ କର୍ତ୍ତୃପକ୍ଷ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହାପରେ ମେଡିକାଲ କର୍ତ୍ତୃପକ୍ଷ ଶିଶୁକୁ ଏକ ବ୍ୟାଗରେ ପୁରାଇ ପରିବାରଙ୍କୁ ହସ୍ତାନ୍ତର କରିଥିଲେ।

ଏହାପରେ ମୃତ ଶିଶୁର ପରିବାର ଛୁଆକୁ ନେଇ ନିଜ ପୈତୃକ ଗ୍ରାମ କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମକୁ ନେଇ ଯାଉଥିଲେ। ସେଠାରେ ଶେଷକୃତ ପାଇଁ ଛୁଆଟିକୁ ଶ୍ମଶାନକୁ ନିଆଯାଇଥିବା ବେଳେ  ସେଠାରେ ସେ କାନ୍ଦି ଉଠିଥିଲା। ଏହାଦେଖି ପରିବାର ଲୋକେ ତୁରନ୍ତ ତାକୁ କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଆଜି ସକାଳେ ତା’ର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

Advertisment

ଏନେଇ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ଶିଶୁଟି ଅପରିପକ୍ୱ ଥିବା ବେଳେ ଅବସ୍ଥା ଗୁରୁତର ଥିଲା। ତେଣୁ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ସେ ଆଜି ସକାଳେ ଆଖି ବୁଜିଛି।

Medical Negligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe