ଗୃହ ବିଭାଗର ନୂଆ ପୋର୍ଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୃହ ବିଭାଗର ଏକ ନୂଆ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି। ଏନଆଇସି ଦ୍ୱାରା ପ୍ରସ୍ତୁତ ଏହି ଦ୍ୱିଭାଷୀ ପୋର୍ଟାଲରେ  ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସାଧାରଣ ଲୋକଙ୍କୁ ସୂଚନା ମିଳିପାରିବ। ରାଜ୍ୟ ସରକାରଙ୍କ ସମସ୍ତ ନିର୍ଦ୍ଦେଶାଳୟ ସମେତ, ସଚିବାଳୟ ପାସ୍‌, ନିଖୋଜ ପିଲାଙ୍କୁ ଠାବ ଓ ଓଡ଼ିଶା ଭବନରେ ରିଜର୍ଭେସନ ସୁବିଧା ଏହି ପୋର୍ଟାଲରେ ଉପଲବ୍ଧ ହେବ। ସେହିପରି ଏହି ପୋର୍ଟାଲକୁ ଫେସବୁକ୍ ଓ ଟୁଇଟର ଭଳି […]

potal

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 07:50 PM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୃହ ବିଭାଗର ଏକ ନୂଆ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି। ଏନଆଇସି ଦ୍ୱାରା ପ୍ରସ୍ତୁତ ଏହି ଦ୍ୱିଭାଷୀ ପୋର୍ଟାଲରେ  ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସାଧାରଣ ଲୋକଙ୍କୁ ସୂଚନା ମିଳିପାରିବ। ରାଜ୍ୟ ସରକାରଙ୍କ ସମସ୍ତ ନିର୍ଦ୍ଦେଶାଳୟ ସମେତ, ସଚିବାଳୟ ପାସ୍‌, ନିଖୋଜ ପିଲାଙ୍କୁ ଠାବ ଓ ଓଡ଼ିଶା ଭବନରେ ରିଜର୍ଭେସନ ସୁବିଧା ଏହି ପୋର୍ଟାଲରେ ଉପଲବ୍ଧ ହେବ। ସେହିପରି ଏହି ପୋର୍ଟାଲକୁ ଫେସବୁକ୍ ଓ ଟୁଇଟର ଭଳି ସୋସିଆଲ ମିଡ଼ିଆ ସହ ମଧ୍ୟ ଲିଙ୍କ୍ କରାଯାଇଛି।

ଗୃହ ବିଭାଗ ପକ୍ଷରୁ ପୋର୍ଟାଲ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Related story