ଓଡ଼ିଶାରେ ନୂଆ ପ୍ରଜାତିର ବୁଢ଼ିଆଣୀ ଠାବ

ନୂଆଦିଲ୍ଲୀ: ଆଇପି ବିଶ୍ୱବିଦ୍ୟାଳୟର ଗବେଷକମାନେ ଓଡ଼ିଶାରେ ନୂଆ ପ୍ରଜାତିର ବୁଢ଼ିଆଣୀ ଠାବ କରିଛନ୍ତି। ଏହା ଓଡ଼ିଶାର ବାଲେଶ୍ୱର ଜିଲ୍ଲା ନୀଳଗିରିଠାରୁ ଠାବ କରାଯାଇଥିବାରୁ ଏହାର ନାମ ‘ଇଡିଅପ୍ସ ନୀଳଗିରି’ ରଖାଯାଇଛି। ମଧ୍ୟମ ଆକାରର ଏହି ବୁଢ଼ିଆଣୀର ଲମ୍ବ ୮ରୁ ୧୩ ମିଲି ମିଟର ମଧ୍ୟରେ ରହିଛି। ଏହି ଆବିଷ୍କାର ସହ ଇଡିଅପ୍ସଙ୍କ ସଂଖ୍ୟା ବିଶ୍ୱସ୍ତରରେ ୯୫ରେ ପହଞ୍ଚିଛି। ତନ୍ମଧ୍ୟରୁ ଭାରତର ୧୨ଟି ବୋଲି ଜଣାପଡ଼ିଛି। ତେବେ ମୋଟ ବୁଢ଼ିଆଣୀ ପ୍ରଜାତିକୁ ଯଦି ବିଚାର କରାଯାଏ, ଏମାନଙ୍କ ସଂଖ୍ୟା […]

nilagiri

Subrat Kumar Nayak
  • Published: Tuesday, 01 October 2019
  • , Updated: 01 October 2019, 09:09 PM IST

ନୂଆଦିଲ୍ଲୀ: ଆଇପି ବିଶ୍ୱବିଦ୍ୟାଳୟର ଗବେଷକମାନେ ଓଡ଼ିଶାରେ ନୂଆ ପ୍ରଜାତିର ବୁଢ଼ିଆଣୀ ଠାବ କରିଛନ୍ତି। ଏହା ଓଡ଼ିଶାର ବାଲେଶ୍ୱର ଜିଲ୍ଲା ନୀଳଗିରିଠାରୁ ଠାବ କରାଯାଇଥିବାରୁ ଏହାର ନାମ ‘ଇଡିଅପ୍ସ ନୀଳଗିରି’ ରଖାଯାଇଛି।

ମଧ୍ୟମ ଆକାରର ଏହି ବୁଢ଼ିଆଣୀର ଲମ୍ବ ୮ରୁ ୧୩ ମିଲି ମିଟର ମଧ୍ୟରେ ରହିଛି। ଏହି ଆବିଷ୍କାର ସହ ଇଡିଅପ୍ସଙ୍କ ସଂଖ୍ୟା ବିଶ୍ୱସ୍ତରରେ ୯୫ରେ ପହଞ୍ଚିଛି। ତନ୍ମଧ୍ୟରୁ ଭାରତର ୧୨ଟି ବୋଲି ଜଣାପଡ଼ିଛି।

ତେବେ ମୋଟ ବୁଢ଼ିଆଣୀ ପ୍ରଜାତିକୁ ଯଦି ବିଚାର କରାଯାଏ, ଏମାନଙ୍କ ସଂଖ୍ୟା ୪୮,୨୭୭ରେ ପହଞ୍ଚିଛି। ଭାରତରେ ଏମାନଙ୍କ ସଂଖ୍ୟା ୧,୯୧୦ ଏବଂ କେବଳ ଓଡ଼ିଶାରେ ୨୬୩ ପ୍ରଜାତିର ବୁଢ଼ିଆଣୀ ରହିଛନ୍ତି। ଭାରତର ମୋଟ ବୁଢ଼ିଆଣୀଙ୍କ ମଧ୍ୟରୁ ୩୩ଟି ଜେ‌ନ୍‌ରା ଏବଂ ମାଇଗାଲୋମର୍ଫ ବର୍ଗର।

Related story