ଭୁବନେଶ୍ୱରରୁ ୨୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୪ ଲୋକାଲ୍ କେସ୍
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରୁ ଆଜି ଆଉ ୨୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୪ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୪ ଲୋକାଲ ଓ ଜଣେ କୋଭିଡ୍ ଯୋଦ୍ଧା ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି।
ଆଜି ଖୋର୍ଦ୍ଧା ଜିଲ୍ଲା ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ବିଏମ୍ସି ଅଞ୍ଚଳରେ ୨୯ ଜଣ ଅଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍ରେ ୧୪ ଜଣ ଅଛନ୍ତି। ସେମାନଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି। ସେମାନଙ୍କ ଭିତରୁ ଜଣେ ୩୧ ବର୍ଷୀୟ ପୁରୁଷ ଅଛନ୍ତି। ତାଙ୍କ ଘର ପାଣ୍ଡରା ଅଞ୍ଚଳରେ। ସେ ବିହାର ରାଜ୍ୟରୁ ଆସି କ୍ୱାରେଣ୍ଟାଇନ୍ ରହିଥିଲେ। ଅନ୍ୟ ଜଣେ ହେଉଛନ୍ତି ୩୨ ବର୍ଷୀୟ ପୁରୁଷ। ସେ ନୂଆଦିଲ୍ଲୀରୁ ଘରକୁ ଆସି କ୍ୱାରେଣ୍ଟାଇନ୍ରେ ରହିଥିଲେ। ସେହିପରି ବିବେକାନନ୍ଦ ମାର୍ଗ ମହାରଣା ସାହି ଜଣେ ୩୩ ବର୍ଷୀୟ ମହିଳା ଓ ୩୨ ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କ୍ୱାରେଣ୍ଟାଇନ୍ରେ ଥିଲେ।
Update on newly detected & cured #COVID19 cases in the last 24 hrs under the BMC area on 7th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/S4Q6Q9oMw2— BMC (@bmcbbsr) July 7, 2020
ସେହିପରି ବ୍ରହ୍ମେଶ୍ୱରପାଟଣା ଅଞ୍ଚଳରୁ, ରସୁଲଗଡ଼ ଜିଜିପି କଲୋନିରୁ, ନୟାପଲ୍ଲୀ ଅଞ୍ଚଳରୁ, ମଞ୍ଚେଶ୍ୱର ଅଞ୍ଚଳରୁ, ୟୁନିଟ୍-୪ ରାମପୁର ବସ୍ତି ଅଞ୍ଚଳରୁ, ଲକ୍ଷ୍ମୀସାଗର ଉପର ସାହି, ଲକ୍ଷ୍ମୀସାଗର କ୍ୱେୟାର, ଲକ୍ଷ୍ମୀସାଗର ତଳସାହି ଓ ବେସରକାରୀ ହସ୍ପିଟାଲ୍ର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ରେ ଥିଲେ। ଏମାନଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ପଠାଇ ଦିଆଯାଇଛି।
୧୪ ଲୋକାଲ୍ କେସ ଭିତରୁ ଡୁମୁଡୁମା ସୁବାସନଗର ବସ୍ତି ଓ ଖଣ୍ଡଗିରି ଅଞ୍ଚଳରେ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ମେଡିକାଲ୍ ଯାଇଥିଲେ। ସେହିପରି ଘରୋଇ ହସ୍ପିଟାଲର ୩ ମହିଳା କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭରତପୁରର ଜଣେ, କେଶରୀନଗର ବସ୍ତିର ଜଣେ, ୟୁନିଟ-୧ ଅଞ୍ଚଳରୁ ଜଣେ, ବଡ଼ଗଡ଼ ବ୍ରିଟ କଲୋନିରୁ ଜଣେ, ବମିଖାଲ ଜୟଦୁର୍ଗା ନଗରରୁ ଜଣେ, ବରମୁଣ୍ଡା ଟେଲକୋ କଲୋନିରୁ ଜଣେ, ସହିଦନଗରରୁ ଜଣେ, ହଂସପାଳ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ୍ ହସ୍ପିଟାଲର ଜଣେ ମହିଳା କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସେପଟେ ଆଜି ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।