ଭୁବନେଶ୍ୱରରୁ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୬ ଲୋକାଲ କେସ୍
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରୁ ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୯ କ୍ୱାରେଣ୍ଟାଇନ୍ରୁ ଓ ୪୬ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଆଜି ୧୨୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
ଆଜି ନୟାପଲ୍ଲୀ ନୂଆସାହିରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସହିଦନଗର ଅଞ୍ଚଳରୁ ୬, ନୂଆପଲ୍ଲୀର ଅନ୍ୟ ଏକ ଅଞ୍ଚଳରୁ ୬, ୟୁନିଟ-୧ରୁ ୩ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ବିଶ୍ୱେଶ୍ୱରୀ ବସ୍ତିରୁ ୩, ଫରେଷ୍ଟ ପାର୍କରୁ ୩, IRC ଭିଲେଜରୁ ୩, ୟୁନିଟ-୧ ବସ୍ତିରୁ ୩, ବରମୁଣ୍ଡା ଜଗନ୍ନାଥ ନଗରରୁ ୨, ଜାଗମରାରୁ ୨, ପୁରୁଣା ଏଜି କଲୋନିରୁ ୩ ଓ ପୁନାମା ଗେଟ୍ ଅଞ୍ଚଳରୁ ୨ ଲୋକାଲ କେସ ଚିହ୍ନଟ ହୋଇଛି। ସେମାନଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
Update on newly detected & cured #COVID19 cases in the last 24 hrs under the BMC area on 30th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/XhG8c0jHLN— BMC (@bmcbbsr) July 30, 2020
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୨୬୦୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୩୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୫୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।