ଭୁବନେଶ୍ୱରରୁ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍ କେସ୍
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ସହରରୁ ଆଉ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୭ ଜଣ କ୍ୱାରେଣ୍ଟାଇନ୍ରୁ ଓ ୪୯ ଲୋକାଲ କଣ୍ଟାକ୍ଟ କେସ୍। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇଛି।
Update on newly detected & cured #COVID19 cases in the last 24 hrs under the BMC area on 1st Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/ViIDV5KV0L— BMC (@bmcbbsr) August 1, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୬ ବିଏମ୍ସି ଅଞ୍ଚଳରୁ। ୟୁନିଟ ୧ ତାରିଣୀ ବସ୍ତିରୁ ୧୦, ୟୁନିଟ ୯ ବାୟାବାବା ବସ୍ତିରୁ ୯ ଜଣ, ୮ ଜଣ ପୁଲିସ କର୍ମଚାରୀ, ଖଣ୍ଡଗିରି ତପୋବନ ବସ୍ତିରୁ ୬, ବଡ଼ଗଡ଼ ବ୍ରିଟ କଲୋନିରୁ ୪, ଆଇଗିଣିଆରୁ ୩, ଓଲଡ ଟାଉନରୁ ୩, ନୟାପଲ୍ଲୀ ନୂଆସାହିରୁ ୩, ବରମୁଣ୍ଡାରୁ ୩, ଡୁମୁଡୁମାରୁ ୪, ଭରତପୁରରୁ ୩, ନୀଳାଦ୍ରି ବିହାରରୁ ୨ ମିଡିଆ ହାଉସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଆଜି ୧୩୩ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୨୮୬୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୬୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୭୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।